Latest Odisha News

BREAKING NEWS

ଏବେ ଯୁଦ୍ଧମୁହାଁ ହେଉଛି ପାକିସ୍ତାନ, ଜଳପଥରେ ଆକ୍ରମଣ କରିବାକୁ ମସୁଧା !

ନୂଆଦିଲ୍ଲୀ: କାଶ୍ମୀର କେବେବି ପାକିସ୍ତାନର ନ’ଥିଲା ଏବଂ ଏହା ଉପରେ ପାକିସ୍ତାନର ମଧ୍ୟ କୌଣସି ଅଧିକାର ନାହିଁ ବୋଲି କହିଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଜମ୍ମୁ ଓ କାଶ୍ମୀରରୁ ଧ।।ରା ୩୭୦ ଉଚ୍ଛେଦ ହେବା ପରେ ଏବେ କାଶ୍ମୀରରେ ବିଚ୍ଛିନ୍ନତାବାଦୀଙ୍କୁ ସେଠାରେ ବିଶ୍ୱୃଙ୍ଖଳା କରାଇ ନଦେବାକୁ ଭାରତ ସରକାର ସାଧ୍ୟମତେ ଉଦ୍ୟମ ଜାରି ରଖିଛନ୍ତି । ଏବେ ଜମ୍ମୁ ଓ କାଶ୍ମୀର ସମ୍ପୂର୍ଣ୍ଣ ଭାବେ ଭାରତର କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ରହିଛି । ପୂର୍ବରୁ ପାକିସ୍ତାନ ଯେପରିଭାବେ ବିଚ୍ଛିନ୍ନତାବାଦୀଙ୍କୁ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ସହଯୋଗ ଦେଇ ଉପତ୍ୟକାରେ ଅହରହ ଅଶାନ୍ତି ସୃଷ୍ଟି କରିବାରେ ସମର୍ଥ ହେଉଥିଲା ତାହା ଏବେ ପ୍ରାୟ ସମାପ୍ତ ହୋଇଯାଇଛି । ତେଣୁ ପାକିସ୍ତାନ ବିଳିବିଳେଇ ହେବାପରି ଭାରତକୁ ସିଧାସଳଖ ଯୁଦ୍ଧର ଧମକ ଦେଖାଇବାରେ ଲାଗିଛି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏବେ ନିଜ ଦେଶ ମଧ୍ୟରେ ସଣ୍ଡୁଆସି ଆକ୍ରମଣର ସମ୍ମୁଖୀନ ହୋଇଛନ୍ତି । ଦେଶରେ ଏବେ ଦେଖାଦେଇଛି ଉତ୍କଟ ଆର୍ଥୀକ ସମସ୍ୟା । ଏହି ଜଟିଳ ଆର୍ଥୀକ ପରିସ୍ଥିତିରୁ କିପରି ଭାବେ ମୁକୁଳିବ ସେହି ଚିନ୍ତା ଏବେ ପାକିସ୍ତାନକୁ ଘାରିଛି । ତେବେ ପୂର୍ବରୁ ପାକିସ୍ତାନରେ ଯେବେ କୌଣସି ଆଭ୍ୟନ୍ତରୀଣ ସମସ୍ୟା ହେଉ କିମ୍ବା ରାଜନୈତିକ ପରିସ୍ଥିତି ଉପୁଜିଲେ କାଶ୍ମୀର ସୀମାରେ ଉତ୍ତେଜନା ପ୍ରଦର୍ଶନ କରି ଦେଶର ଜନସାଧାରଣଙ୍କୁ ଅନ୍ୟ ଆଡ଼େ ଦୃଷ୍ଟି ଆକର୍ଷଣ କରାଇବାକୁ ଅପଚେଷ୍ଟା କରିଥାଏ । ତେଣୁ ପାକିସ୍ତାନର ସମସ୍ତ ପୂର୍ବ ଶାସକମାନେ ଦେଶର ସମସ୍ୟାକୁ ଦୃଷ୍ଟି ଆଢୁଆଳରେ ରଖି କାଶ୍ମୀର ଆଡ଼କୁ ଅଙ୍ଗୁଳିଠାର କରିଥାଆନ୍ତି ।

ବିଶ୍ୱସମୁଦାୟ ସାମ୍ନାରେ କାଶ୍ମୀର ସମସ୍ୟାକୁ ଉପସ୍ଥାପନ କରି ୩୭୦ ଧାରା ଉଚ୍ଛେଦର ଘୋର ବିରୋଧ କରିଥିଲେ ମଧ୍ୟ ପାକିସ୍ତାନର ଏହି ଉଦ୍ୟମ ଏକପ୍ରକାର ବୃଥା ହୋଇଯାଇଛି । ଫ୍ରାନ୍ସରେ ଅନୁଷ୍ଠିତ ହୋଇଥିବା ଜି-୭ ଶିଖର ସମ୍ମିଳନୀରେ ଭାରତ ଏକ ଆମନ୍ତ୍ରୀତ ରାଷ୍ଟ୍ରଭାବେ ଯୋଗଦେଇ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଏହାର ସମସ୍ତ ସମସ୍ୟା ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି କହିଥିଲେ । ପ୍ରଥମେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, କାଶ୍ମୀର ସମସ୍ୟାର ସମାଧାନ କେବଳ ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷୀକ ଆଲୋଚନା ଦ୍ୱାରା ସମ୍ଭବ ଏବଂ ଏଥିରେ କୌଣସି ତୃତୀୟ ରାଷ୍ଟ୍ରର ମଧ୍ୟସ୍ଥତାର ଆବଶ୍ୟକତା ନାହିଁ ବୋଲି କହିଥିଲେ । ଭାରତର ଏପରି ରୋକଠୋକ୍ ଆଭିମୁଖ୍ୟ ଦେଖି ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ କହିଥିଲେ ଭାରତ ଉପରେ ଆମେରିକାର ଯଥେଷ୍ଟ ଭରସା ରହିଛି । ଏହି ସମସ୍ୟା କେବଳ ଭାରତ ଓ ପାକିସ୍ତାନ ମଧ୍ୟରେ ଆପୋଷ ଆଲୋଚନା ଦ୍ୱାରା ସମ୍ଭବ ହୋଇପାରିବ । ଏଥିରେ ପାକିସ୍ତାନ ଉତକ୍ଷିପ୍ତ ହେବା ସ୍ୱାଭାବିକ । ପୂର୍ବରୁ ଆମେରିକା ପାକିସ୍ତାନକୁ ବନ୍ଧୁରାଷ୍ଟ୍ର ଭାବେ ପରିଚୟ ଦେଉଥିଲା, ମାତ୍ର ସେଦିନ ଆଉ ନାହିଁ । ଏବେ ଚୀନ ସହିତ ଅର୍ଥନୈତିକ ପ୍ରତିଯୋଗିତାରେ ସାମଲ ଥିବା ଆମେରିକା ପାକିସ୍ତାନର ସମସ୍ତ କାର୍ଯ୍ୟକଳାପ ପ୍ରତି ଦୃଢ ନଜର ରଖିବାରେ ଲାଗିଛି । ଭାରତ ପରି ଶକ୍ତିଶାଳୀ ରାଷ୍ଟ୍ର ସହିତ ବନ୍ଧୁତା ସ୍ଥାପନ କରିବାକୁ ଉଦ୍ୟମ ଜାରି ରଖିବାକୁ ଚେଷ୍ଟା କରୁଛନ୍ତି ମାର୍କିନ୍ ରାଷ୍ଟ୍ରପତି ଟ୍ରମ୍ପ ।

ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେବାକୁ ପଛାଇ ନାହାନ୍ତି । ଇମ୍ରାନ୍ ଅନନ୍ୟୋପାୟ ହୋଇ କହିଛନ୍ତି, କାଶ୍ମୀର ବ୍ୟାପାରେରେ ବିଶ୍ୱର କୌଣସି ବି ଗୋଟିଏ ଦେଶ ଆମକୁ ସାହାଯ୍ୟ କରିବାକୁ ଆଗେଇ ଆସୁନାହାନ୍ତି । କାଶ୍ମୀରକୁ ନେଇ ଯୁଦ୍ଧ ହେବା ଅସମ୍ଭବ ନୁହେଁ । ଯୁଦ୍ଧ ହେଲେ ପାକିସ୍ତାନ ଯେକୌଣସି ଅସ୍ତ୍ର ପ୍ରୟୋଗ କରିପାରେ ବୋଲି କହିଥିଲେ ଇମ୍ରାନ । ସେହିପରି ପାକିସ୍ତାନର ଅନ୍ୟ ଜଣେ ମନ୍ତ୍ରୀ ଆଗାମୀ ଅକ୍ଟୋବରରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇପାରେ ବୋଲି କହିବା ଏହା ପାକିସ୍ତାନର ଯୁଦ୍ଧଖୋର ମନୋବୃତ୍ତିକୁ ପ୍ରକାଶ କରୁଛି ।

ଭାରତୀୟ ଇଣ୍ଟେଲିଜେନ୍ସ ବ୍ୟୁରୋ ପକ୍ଷରୁ ତଥା ନୌସେନା ପକ୍ଷରୁ ଏବେ ସମସ୍ତ ତଟବର୍ତ୍ତୀ ବନ୍ଦରାଞ୍ଚଳ ଗୁଡ଼ିକରେ ଆଲର୍ଟ ଜାରି କରାଯାଇଛି । ପାକିସ୍ତାନୀ କମାଣ୍ଟୋ ଜଳପଥଦେଇ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସତର୍କ ସୂଚନା ଦିଆଯାଇଛି । ଗତ ଦୁଇସପ୍ତାହ ଧରି ପାକିସ୍ତାନ ପକ୍ଷରୁ ଯୁଦ୍ଧ ଉତ୍ତେଜନା ସୃଷ୍ଟି କରାଯାଉଥିବାକୁ ଦୃଷ୍ଟିରେ ରଖି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ରବିଶ୍ କୁମାର କହିଛନ୍ତି ଯେ, ପାକିସ୍ତାନର ସମସ୍ତ ଚାଲ୍ ସମଗ୍ର ବିଶ୍ୱ ଜାଣିଛି ଏବଂ ଯୁଦ୍ଧର ଧମକ ଦେବାରୁ ପାକିସ୍ତାନ କ୍ଷାନ୍ତ ହେଉ ବୋଲି ରବିଶ୍ କୁମାର ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କୁମାର କହିଛନ୍ତି ଯେ, କାଶ୍ମୀରରେ ବିଶୃଙ୍ଖଳା ତଥା ଅଶାନ୍ତି ସୃଷ୍ଟି କରିବା ଲାଗି ପାକିସ୍ତାନ ପଟରୁ ଅହରହ ଚେଷ୍ଟା ହେଉଛି । ପାକିସ୍ତାନ ସୃଷ୍ଟ ବିଭିନ୍ନ ଆତଙ୍କବାଦୀ ସଂଗଠନ ଦ୍ୱାରା ଭାରତ ସୀମାରେ ଉତ୍ତେଜନା ସୃଷ୍ଟି କରିବାର ଅପଚେଷ୍ଟାକୁ ଭାରତ ବରଦାସ୍ତ କରିବ ନାହିଁ । ଧାରା ୩୭୦ ଉଚ୍ଛେଦ ହେବାପରେ ପାକିସ୍ତାନର ସମସ୍ତ ଚେଷ୍ଟା ବିଫଳ ହେବା ପରେ ଏବେ ପାକିସ୍ତାନ ଯେଉଁ ବାରମ୍ବାର ଯୁଦ୍ଧର ଧମକ ଦେଉଛି ଏହା ବନ୍ଦ କରିବା ଆବଶ୍ୟକ ବୋଲି ଭାରତର ବୈଦେଶିକ ପ୍ରବକ୍ତା କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ପାକିସ୍ତାନ ଯୁଦ୍ଧର ଧମକ ଦେବା ସହିତ ଗୁରୁବାର ଦିନ ଦୂରଗାମୀ କ୍ଷେପଣାସ୍ତ ଗଜନଭିକୁ ପରୀକ୍ଷଣ କରିଛି । ଏହି ଗଜନଭି ପରମାଣୁ ଅସ୍ତ୍ର ବହନକାରୀ କ୍ଷେପଣାସ୍ତ୍ର । ଭାରତକୁ ଯୁଦ୍ଧର ଧମକ ଦେଇ ଚାଲିଥିବା ବେଳେ ପାକିସ୍ତାନରେ ଏବେ ଜଟିଳ ଅର୍ଥନୈତିକ ସଙ୍କଟ ପରି ସମସ୍ୟାକୁ ଦେଶବାସୀଙ୍କ ଦୃଷ୍ଟି ଆଢୁଆଳରେ ରଖିବା ଲାଗି ପାକିସ୍ତାନ ଉଦ୍ୟମ କରିଚାଲିଛି ।

Leave A Reply

Your email address will not be published.