Latest Odisha News

BREAKING NEWS

ଏୟାର ଇଣ୍ଡିଆ ବିକ୍ରି ପାଇଁ ପ୍ରସ୍ତୁତି ଆରମ୍ଭ କଲେ ସରକାର

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ବିକ୍ରି କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଏୟାର ଇଣ୍ଡିଆରେ ନିବେଶ କରିଥିବା ସମସ୍ତ ଶେୟାର ବିକ୍ରୀ କରିବାକୁ ସରକାର ଇଚ୍ଛୁକ ଥିବା ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ ସୂଚନା ଦେଇଛନ୍ତି।

ବିଭାଗୀୟ ମନ୍ତ୍ରୀଙ୍କ କହିବା ଅନୁସାରେ ବିମାନ ଚଳାଇବା ସରକାରଙ୍କ କାମ ନୁହେଁ, ତେଣୁ ଏୟାର ଇଣ୍ଡିଆକୁ ସମ୍ପୂର୍ଣ୍ଣ ଘରୋଇ କରଣ କରାଯିବ। ଏହି ବିମାନ କମ୍ପାନୀକୁ କିଣିବା ପାଇଁ ଅନେକ ବ୍ୟବସାୟୀ ଚାହିଁ ରହିଛନ୍ତି” ।

ମିଳିଥିବା ସୂଚନା ଅନୁସାରେ ଏୟାର ଇଣ୍ଡିଆ ଏଚପିସିଏଲ, ବିପିସିଏଲ, ଆଇଓସି ଭଳି ତେଲ କମ୍ପାନୀ ଗୁଡିକର ବକେୟା ଟଙ୍କା ଦେଇ ନପରିବା ଯୋଗୁଁ ଏହି କମ୍ପାନୀ ଗୁଡିକ ଏୟାର ଇଣ୍ଡିଆକୁ ‘ଏଟିଏଫ’ ବା ‘ଇନ୍ଧନ’ ଦେବା ବନ୍ଦ କରିଦେଇଥିଲେ ।

ବିମାନ ମନ୍ତ୍ରଣାଳୟ ଏଟିଏଫକୁ ଜିଏସଟି ଅନ୍ତର୍ଭୁକ୍ତ କରିବା ପାଇଁ ଚେଷ୍ଟା କରୁଛି। ଏ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ମଧ୍ୟ ଆଲୋଚନା ହୋଇଛି। ଖୁବଶୀଘ୍ର ବିଭାଗୀୟ ମନ୍ତ୍ରୀଙ୍କୁ ଅର୍ଥମନ୍ତ୍ରୀ ନିଷ୍ପତ୍ତି ଜଣାଇବେ ବୋଲି ହରଦୀପ ପୁରୀ ସୂଚନା ଦେଇଛନ୍ତି।

ଆହୁରି ମଧ୍ୟ ସେ କହିଛନ୍ତି ଆଗାମୀ ଦିନରେ ଏୟାର ଇଣ୍ଡିଆରେ ନିବେଶ କରିବାକୁ ଇଚ୍ଛୁକ ଥିବା ବ୍ୟବସାୟୀ ଓ ଗୃହ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହେବ।

ସୂଚନାଯୋଗ୍ୟ, ୨୦୧୭-୧୮ରେ ୫୫ ହଜାର କୋଟି ଟଙ୍କାର ଋଣ କରିଥିବା ବେଳେ ୧୮-୧୯ ଆର୍ଥିକ ବର୍ଷରେ ୫୮ ହଜାର ୩୫୧ କୋଟି ଟଙ୍କାର ଋଣ କରି ଦେବାଳିଆ ସ୍ଥିତିକୁ ଚାଲି ଆସିଛି ଏୟାର ଇଣ୍ଡିଆ ।

Leave A Reply

Your email address will not be published.