Latest Odisha News

BREAKING NEWS

ବିଚରୁ ଅସ୍ଥାୟୀ ନିର୍ମାଣ ଉଚ୍ଛେଦ କଲା ପ୍ରଶାସନ, ଦେହ ବ୍ୟବସାୟ ପାଇଁ ବ୍ୟବହାର କରୁଥିଲେ ମାଫିଆ

ବାଲେଶ୍ୱର: କାଲି ଜିଲ୍ଲାପାଳ ମନା କରିଥିଲେ । କହିଥିଲେ, ଦେହ ବ୍ୟବସାୟ ହେଉଥିବା କହି ପର୍ଯ୍ୟଟନସ୍ଥଳୀକୁ ବଦନାମ କରନ୍ତୁ ନାହିଁ, ପ୍ରମାଣ ଥିଲେ ଦିଅନ୍ତୁ । ଆଉ ରାତିକ ଭିତରେ ପ୍ରମାଣ ପାଇବା ପରେ ଆଜି ବାଲେଶ୍ୱ ଜିଲ୍ଲା ପ୍ରଶାସନ ଉଦୟପୁର ବିଚରେ ଥିବା ଅନେକ ଅସ୍ଥାୟୀ ନିର୍ମାଣକୁ ଉଚ୍ଛେଦ କରିଛି ।

ମିଳିଥିବା ସୂଚନା ଅନୁସାରେ, ଏସବୁ ଅସ୍ଥାୟୀ ନିର୍ମାଣରେ କୁଆଡ଼େ ମାଫିଆ ଦେହ ବ୍ୟବସାୟ ଚଳାଇଥିଲେ । ଭୋଗରାଇ ବ୍ଲକ ଅନ୍ତର୍ଗତ ଉଦୟପୁର ବେଳାଭୂମିକୁ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି । ପର୍ଯ୍ୟଟକଙ୍କ ପାଇଁ ବେଳାଭୂମିରେ ଅନେକ ଦୋକାନ ବି ଖୋଲିଥିଲା ।

ଗତ କିଛିମାସରେ ବେଳାଭୂମିରେ ଏକାଧିକ ଅସ୍ଥାୟୀ ନିର୍ମାଣ ହୋଇଥିଲା । ଆଉ ଉକ୍ତ ଅସ୍ଥାୟୀ ନିର୍ମାଣରେ ଦେହ ବ୍ୟବସାୟ ଚାଲୁଥିବା ଅଭିଯୋଗ କରିଥିଲେ ସ୍ଥାନୀୟ ଲୋକ । ପଶ୍ଚିମବଙ୍ଗରୁ ଦେହଜୀବୀଙ୍କୁ ଆଣି ସେଠାରେ ବ୍ୟବସାୟ କରୁଥିବା ଅଭିଯୋଗ ହୋଇଥିଲା ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଭୋଗରାଇ ତହସିଲଦାରଙ୍କ ନେତୃତ୍ୱରେ ଏକ ଟିମ୍, ୩ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ବିଚରେ ପହଞ୍ଚିଥିଲେ । ଡିମାର୍କେସନ୍ ପରେ ପ୍ରଶାସନ ବୁଲଡୋଜର ଲଗାଇ ଅସ୍ଥାୟୀ ନିର୍ମାଣକୁ ଭାଙ୍ଗି ଦେଇଥିଲା । ମୋଟ ଶହେଟି ଅସ୍ଥାୟୀ ନିର୍ମାଣ ଆଜି ପ୍ରଶାସନ ଭାଙ୍ଗିଛି ।

ତେବେ ସ୍ଥାନୀୟ ଲୋକ ଆଣିଥିବା ରାକଟ୍ ଅଭିଯୋଗ ଉପରେ ତଦନ୍ତ କରାଯାଉଥିବା ସୂଚନା ଦେଇଛନ୍ତି ବାଲେଶ୍ୱର ଏସପି ସାଗରିକା ନାଥ ।

Comments are closed.