Latest Odisha News

ମହଙ୍ଗା ପଡିଲା ନକଲି ସୁନା ବନ୍ଧକ ରଖି ଋଣ, ୧୧ଜଣ ଗିରଫ

ଗଜପତି: ନକଲି ସୁନା ବନ୍ଧକ ରଖି ଋଣ । ପାରଳାଖେମୁଣ୍ଡି ପୋଲିସ ଦ୍ବାରା ୧୧ ଗିରଫ। ବ୍ୟାଙ୍କ ଅଫ ଇଣ୍ଡିଆର ପାରଳାଖେମୁଣ୍ଡି ସାଖାର ବ୍ୟାଙ୍କ ଦ୍ବାରା ଅନୁମୋଦିତ ସୁନାରିକୁ ହାତ କରି ପ୍ରାୟ ୪୦ ଲକ୍ଷ ୭୫ ହଜାର ଟଙ୍କା ରୁଣ ନେଇଥିଲେ। ଧରା ପଡିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ୧୨ ଜଣକ ନାମରେ ମାମଲା ରୁଜୁ କରି ସୁନାରି  ସହ  ୧୧ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ପାରଳାଖେମୁଣ୍ଡି ମୋଡେଲ ପୋଲିସ ଥାନା ଅଧିକାରୀ ବାବୁଲି ନାୟକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.