Latest Odisha News

ଲଗାଣ ବର୍ଷା ଯୋଗୁଁ ୧୭ଟି ଟ୍ରେନ୍ ବାତିଲ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ପ୍ରବଳ ବର୍ଷା। ବର୍ଷା ଯୋଗୁଁ ନଦୀର ଜଳସ୍ତର ବିପଦ ସଙ୍କେତ ନିକଟରେ ପହଞ୍ଚିଛି। ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭାରତୀୟ ରେଳ ଟ୍ରେନରେ ମଧ୍ୟ ଲଗାଣ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ଟ୍ରେନ୍ ବାତିଲ କରାଯାଇଛି। ବର୍ତ୍ତମାନ ଅମ୍ବାଲା ଡିଭିଜନର ଦୁଇଟି ରେଳ ବିଭାଗର ରେଳ ଟ୍ରାକରେ ପାଣି ଭରିଯାଇଛି। ତେଣୁ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ମୁରାଦାବାଦ ଡିଭିଜନରୁ ଚାଲୁଥିବା ୧୭ ଟି ଟ୍ରେନକୁ ବାତିଲ କରାଯାଇଛି। ଏହା ବ୍ୟତୀତ ଅନେକ ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି ଏବଂ ଅନେକ ଟ୍ରେନକୁ ସ୍ୱଳ୍ପ ସମୟ ପାଇଁ ବନ୍ଦ ରଖାଯାଇଛି। ସେହିପରି ୯ ଟି ଟ୍ରେନ୍ ସ୍ୱଳ୍ପ ସମୟ ପାଇଁ ବନ୍ଦ ରହିବ।

ଟ୍ରେନ୍ ନମ୍ବର ୧୪୬୧୦ ଶ୍ରୀ ମାତା ବୈଷ୍ଣୋ ଦେବୀ କଟରା-ରୁର୍କି, ଅମୃତସର-ଡେରାଡୁନ୍ ଏକ୍ସପ୍ରେସ, ଜମ୍ମୁ ତାୱି-କୋଲକାତା ଏକ୍ସପ୍ରେସ, ଜମ୍ମୁ ତାୱି-ହାୱଡା, ଜମ୍ମୁ ତାୱି-ବାଡମେର୍ ଏକ୍ସପ୍ରେସ, ଜମ୍ମୁ ତାୱି-କାଠଗୋଦାମ, ଚଣ୍ଡିଗଡ଼-ଲକ୍ଷ୍ନୌ ଜଂସନ, ଅମୃତସର-ଜୟନଗର ଏକ୍ସପ୍ରେସ, ଚଣ୍ଡିଗଡ଼-ଲକ୍ଷ୍ନୌ, ଏକ୍ସପ୍ରେସ ଟ୍ରେନ୍, ଫିରୋଜପୁର-ଧନବାଦ୍, ଅମୃତସର-ହାୱଡା ଜଂସନ, ଉଧମପୁର-ସୁବେଦରଗଞ୍ଜ ଏକ୍ସପ୍ରେସ ଟ୍ରେନ୍, ଡେରାଡୁନ୍-ଅମୃତସର ଜଂସନ, ଋଷିକେଶ-ବାଡମେର୍ ଏକ୍ସପ୍ରେସ, ହାୱଡା-ଜମ୍ମୁ ତାୱି, ଋଷିକେଶ- ଶ୍ରୀ ମାତା ବୈଷ୍ଣୋ ଦେବୀ କଟରା ଟ୍ରେନ ଲଗାଣ ବର୍ଷା ଯୋଗୁଁ ବାତିଲ କରାଯାଇଛି।

Comments are closed.