Latest Odisha News

BREAKING NEWS

ଫିଲ୍ମ ‘ଜୱାନ’ର ପ୍ରିଭ୍ୟୁ ରିଲିଜ୍‌, ଶାହରୁଖଙ୍କ ସ୍ୱାଗ୍ ଏଣ୍ଟ୍ରିକୁ ପ୍ରଶଂସା କଲେ ଫ୍ୟାନ୍ସ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଦର୍ଶକଙ୍କୁ ନିଜ ଷ୍ଟାଇଲେ ଦିୱାନା କରନ୍ତି। ଶାହରୁଖଙ୍କ ଫିଲ୍ମ ‘ଜୱାନ’ର ଆଜି ପ୍ରିଭ୍ୟୁ ରିଲିଜ ହୋଇଛି। ଏହା ରିଲିଜ୍ ହେବା ମାତ୍ରେ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି। ଜାୱାନ୍, ଏକ ଉଚ୍ଚ-ଅକ୍ଟେନ୍ ଆକ୍ସନ୍ ଥ୍ରୀଲର୍ ଫିଲ୍ମ ଅଟେ, ଯାହା ଜଣେ ବ୍ୟକ୍ତିଙ୍କ ଭାବପ୍ରବଣ ଯାତ୍ରା ଯିଏ ନିଜ କାର୍ଯ୍ୟ ମାଧ୍ୟମରେ ସମାଜରେ ଥିବା ଭୁଲକୁ ଠିକ୍ କରିବାକୁ ସ୍ଥିର କରେ। ଏହି ଚଳଚ୍ଚିତ୍ରରେ ଦୀପିକା ପାଦୁକୋନ ମଧ୍ୟ ଏକ ସ୍ପେସିଆଲ ଆପିୟରେନ୍ସରେ ଅଛନ୍ତି। ଯାହାକୁ ଦେଖି ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍ ଅଧିକ ବଢିଯାଇଛି। ତେବେ ଫିଲ୍ମର ପ୍ରିଭ୍ୟୁ ଦେଖିବା ପରେ ଟ୍ୱିଟରରେ ଆଲୋଡ଼ନ ସୃଷ୍ଟି ହୋଇଛି।

ଶାହରୁଖ ଖାନଙ୍କ ଆକ୍ସନ୍‌ରେ ଭରପୂର ଫିଲ୍ମଟି ଦର୍ଶକଙ୍କ ଆଗ୍ରହକୁ ଏକ ଭିନ୍ନ ସ୍ତରକୁ ଆଣିଛି। ଜୱାନ୍ ଫିଲ୍ମଟି ଆକ୍ସନ ଏବଂ ଇମୋଶନର ଏକ ସଂପୂର୍ଣ୍ଣ ମିଶ୍ରଣ ଅଟେ। ଫିଲ୍ମ ପ୍ରିଭ୍ୟୁର ପ୍ରତ୍ୟେକ ଫ୍ରେମ୍ ଦେଖିଲେ ଦର୍ଶକଙ୍କ ନିଜର ହଟିବ ନାହିଁ। ଏହି ଫିଲ୍ମର ପ୍ରିଭ୍ୟୁ ପ୍ରରମ୍ଭରୁ କିଙ୍ଗ୍ ଖାନଙ୍କ ସ୍ୱରରୁ ଆରମ୍ଭ ହୁଏ। ପ୍ରଶଂସକଙ୍କ ପାଇଁ ଏକ ମୁଖ୍ୟ ଆକର୍ଷଣ ହେଉଛି ଶାହରୁଖଙ୍କର ଚେହେରାକୁ ଭିନ୍ନ ରୂପରେ ଦର୍ଶାଯାଇଛି। ଯାହା ଦର୍ଶକମାନେ ପୂର୍ବରୁ ଦେଖି ନଥିଲେ। କେବଳ ଏତିକି ନୁହେଁ, ଫିଲ୍ମ ସହିତ ଜଡିତ ବିଶେଷ କଥା ହେଉଛି ଏଥିରେ ଷ୍ଟାର କାଷ୍ଟ ଭାବରେ ସମଗ୍ର ଭାରତୀୟ ସିନେମାର ଜଣାଶୁଣା ନାମ ଦେଖିବାକୁ ମିଳିବ।

ଅନ୍ୟପକ୍ଷରେ, ଦମଦାର ଆକ୍ସନ ସିନ୍ସର ଝଲକ, ସୁନ୍ଦର ଗୀତ ଏବଂ ରେଟ୍ରୋ ଟ୍ରାକ୍ “ବେକରାର୍ କରକେ” ରେ ଶାହରୁଖଙ୍କ ଚମତ୍କାର ପ୍ରଦର୍ଶନ ଚଳଚ୍ଚିତ୍ରକୁ ଆହୁରୀ ଚମତ୍କାର କରିବ ବୋଲି କୁହାଯାଉଛି। ଜୱାନ୍ ଫିଲ୍ମକୁ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ଉପସ୍ଥାପନା କରୁଛି। ଚଳଚ୍ଚିତ୍ରଟି ଏଟଲୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଗୌରୀ ଖାନଙ୍କ ଦ୍ୱାରା ନିର୍ମିତ। ଏହି ଚଳଚ୍ଚିତ୍ରଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ୭ ସେପ୍ଟେମ୍ବର ୨୦୨୩ରେ ମୁକ୍ତିଲାଭ କରିବ।

Comments are closed.