ଓଡ଼ିଶା ସମ୍ବାଦ ବ୍ୟୁରୋ: ପଶ୍ଚିମବଙ୍ଗରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଗଣନା ଜାରି ରହିଛି। ପଞ୍ଚାୟତ ନିର୍ବାଚନ ବେଳେ ହୋଇଥିବା ହିଂସାକାଣ୍ଡରେ ଭୟଭୀତ ହୋଇ ଅନେକ ଲୋକେ ନିଜ ରାଜ୍ୟ ଛାଡି ବାହାର ରାଜ୍ୟରେ ଆଶ୍ରୟ ନେଇଛନ୍ତି। ନିଜର ସୁରକ୍ଷା କଥା ଚିନ୍ତା କରି ବଙ୍ଗଳାର ପ୍ରାୟ ୧୩୩ ଲୋକ ପଡୋଶୀ ରାଜ୍ୟ ଆସାମର ଧୁବରୀ ଜିଲ୍ଲାରେ ଆଶ୍ରୟ ନେଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହାର ସୂଚନା ଦେଇଛନ୍ତି। ସେ ଟ୍ୱିଟର ଜରିଆରେ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟ ସରକାର ସେମାନଙ୍କୁ ରିଲିଫ କ୍ୟାମ୍ପରେ ଆଶ୍ରୟ ଦେବା ସହ ଖାଦ୍ୟ ଏବଂ ଚିକିତ୍ସା ସହାୟତା ଯୋଗାଇ ଦେଇଛନ୍ତି।
ରାଜ୍ୟ ନିର୍ବାଚନ ଆୟୋଗ (ଏସଇସି) ୧୯ ଟି ଜିଲ୍ଲାରେ ମତଦାନକୁ ଶୂନ ଘୋଷଣା କରିଥିଲେ। ପରିସ୍ଥିତିର ଆକଳନ କରିବା ଏବଂ ଆବଶ୍ୟକ ନିଷ୍ପତ୍ତି ନେବା ପାଇଁ ଏସଇସି ଜୁଲାଇ ୯ ରେ ଏକ ବୈଠକ କରିଥିଲେ। ଫଳସ୍ୱରୂପ, ଏହି ଅଞ୍ଚଳର ୬୯୭ ଟି ବୁଥରେ ପୁନଃ ମତଦାନ କରାଯାଇଥିଲା, ଯାହାର ଫଳାଫଳ ଜୁଲାଇ ୧୧ ଅର୍ଥାତ୍ ମଙ୍ଗଳବାର ପ୍ରକାଶ ପାଇବ।
Yesterday, 133 individuals who feared for their lives due to violence in the panchayat election in West Bengal sought refuge in Dhubri District of Assam. We have provided them with shelter in a relief camp, as well as food and medical assistance.
— Himanta Biswa Sarma (@himantabiswa) July 11, 2023
ପଞ୍ଚାୟତ ନିର୍ବାଚନ ସମୟରେ କୁଚ ବିହାର, ଉତ୍ତର ଦିନାଜପୁର, ଦକ୍ଷିଣ ଦିନାଜପୁର, ମୁର୍ସିଦାବାଦ, ମାଲଦା, ହାୱଡା, ଦକ୍ଷିଣ ୨୪ ପରଗଣା ଏବଂ ପୂର୍ବ ବର୍ଦ୍ଧମାନ ସମେତ ଉତ୍ତର ଏବଂ ଦକ୍ଷିଣ ବଙ୍ଗଳାର ବିଭିନ୍ନ ସ୍ଥାନରେ ହିଂସା ଘଟଣାର ସାକ୍ଷୀ ରହିଥିଲେ। ଏହି ନିର୍ବାଚନ ପ୍ରକ୍ରିୟା ସମୟରେ ଅତି କମରେ ୧୯ ଜଣ ପ୍ରାଣ ହରାଇଛନ୍ତି ଏବଂ କୁଚ ବିହାର ଜିଲ୍ଲାର ସୀତଲକୁଚିଠାରେ ବୋମା ବିସ୍ଫୋରଣରେ ଜଣେ ଟିଏମସି କର୍ମୀ ଆହତ ହୋଇଛନ୍ତି। ବର୍ତ୍ତମାନ ପଶ୍ଚିମବଙ୍ଗରେ ହିଂସା ପ୍ରଭାବିତ ପଞ୍ଚାୟତ ତଥା ଗ୍ରାମୀଣ ସଂସ୍ଥା ନିର୍ବାଚନରେ ଭୋଟ୍ ଗଣନା ଚାଲିଛି।
ପ୍ରାରମ୍ଭିକ ଧାରାରେ ତୃଣମୂଳ କଂଗ୍ରେସକୁ ଦିଆଯାଇଥିବା ନେତୃତ୍ୱ ବର୍ତ୍ତମାନ ବିଜୟ ଆଡକୁ ଯାଉଥିବା ଜଣାପଡିଛି। ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ଅଧିକାଂଶ ଆସନରେ ମମତା ବାନାର୍ଜୀଙ୍କ ଟିଏମସି ଆଗୁଆ ରହିଛି। ଅନେକ ଆସନରେ ବିଜେପି ଆଗୁଆ ରହିଛି। ତେବେ ଚୂଡ଼ାନ୍ତ ଫଳାଫଳ କ’ଣ ହେବ, ଆଜି ସନ୍ଧ୍ୟା ସୁଦ୍ଧା ଜଣାପଡିବ।
Comments are closed.