ଝାରସୁଗୁଡା: କିଛି ଦିନ ହେବ କ୍ୟବିନେଟ ରାଙ୍କ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ମନରୁ ଲିଭି ଯାଇଥିବାବେଳେ ଆଜି ପୁଣି ଏହାକୁ ନେଇ ଚର୍ଚ୍ଚା ଜୋର ଧରିିଛି । କାରଣ ଆଜି ନବ ଦାସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଇଛି ପୋଲିସ । ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହାଜର ହୋଇଛି ନବ ଦାସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ । ଗତକାଲି କଡ଼ା ସୁରକ୍ଷାବଳୟରେ ଗୋପାଳ ଦାସକୁ କଟକରୁ ଝାରସୁଗୁଡ଼ା ନେବା ପରେ ଗୁରୁବାର ତାକୁ କୋର୍ଟରେ ହାଜର କରାଯାଇଛି ।
ମିିଳିଥିବା ସୂଚନା ଅନୁସାରେ, ଆଜି ସକାଳେ କ୍ରାଇମ ବ୍ରାଞ୍ଚର ଏକ ଟିମ ମୁଖ୍ୟ ଅଭିଯୁକ୍ତ ନବ ଦାସଙ୍କୁ ଓଏସଏପି ବାଟାଲିଅନରୁ କଡା ସୁରକ୍ଷା ମଧ୍ୟରେ ଝାରସୁଗୁଡା ଜିଲ୍ଲା ଜଜଙ୍କ କାର୍ଯ୍ୟାଳୟରେ ଥିବା ଜେଏମଏଫସି କୋର୍ଟକୁ ଆଣିଥିଲେ । ଗୋପାଳ ଦାସ ଏବେ କଟକ ଚୌଦ୍ୱାର ସର୍କଲ ଜେଲରେ ରହୁଛନ୍ତି ।
ସୂଚନାଥାଉ କି, ଜାନୁଆରୀ ୨୯ରେ ବ୍ରଜରାଜନଗରରେ ଏଏସଆଇ ଗୋପାଳ ଦାସ ପୋଲିସ ଡ୍ରେସରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ କରିଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟପକ୍ଷେ ଘଟଣାସ୍ଥଳରେ ହିଁ ଅଭିଯୁକ୍ତକୁ କାବୁ କରିଥିଲା ପୁଲିସ । ସେହିଦିନ ହିଁ ତଦନ୍ତ ଭାର ହାତକୁ ନେଇଥିଲା କ୍ରାଇମବ୍ରାଞ୍ଚ ।
କ୍ରାଇମବ୍ରାଞ୍ଚ ମେ ୨୬ ତାରିଖରେ ଝାରସୁଗୁଡା ଜେଏମଏଫସି କୋର୍ଟରେ ୫୪୩ ପୃଷ୍ଠାର ଏକ ଚାର୍ଜସିଟ ଦାଖଲ କରିଥିଲା । ଗୋପାଳ ଦାସ ଏକାକୀ ଏହି ହତ୍ୟା ଯୋଜନା କରିଥିବା ଏଥିରେ ଉଲ୍ଲେଖ କରାଯାଇଥିଲା । ହତ୍ୟାକାଣ୍ଡ ସମୟରେ ତାଙ୍କର ମାନସିକ ସ୍ଥିତି ଭଲ ଥିଲା ବୋଲି ମଧ୍ୟ ଚାର୍ଜସିଟରେ ଲେଖା ଯାଇଥିଲା । ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ହାତକୁ ନେବାର ଇତି ମଧ୍ୟରେ ୫ ମାସ ବିତିଯାଇଥିଲେ ହେଁ ଗୋପାଳ କାହିଁକି ନବ ଦାସଙ୍କୁ ଗୁଳି କଲା, ଏ ନେଇ ମୁହଁ ଖୋଲିନ କ୍ରାଇମବ୍ରାଞ୍ଚ ।
Comments are closed.