Latest Odisha News

BREAKING NEWS

ଯୁକ୍ତ ଦୁଇ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର, ବେକରେ ରହିଛି କଟା ଦାଗ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ନିଖିଳ ନଗର ବସ୍ତିରେ ଗୁରୁବାର ଜଣେ ଯୁକ୍ତ ଦୁଇ ଛାତ୍ରୀ ହତ୍ୟାର ଶିକାର ହୋଇଛି। ମୃତ ଦେହ ଜବତ ହେବା ବେଳେ ଛାତ୍ରୀର ବେକରେ କଟା ଚିହ୍ନ ରହିଥିବାରୁ ହତ୍ୟା ବୋଲି ସନ୍ଦେହ କରାଯାଉଛି। ଘର ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଥିବା ଏହି ଯୁକ୍ତ ଦୁଇ ଛାତ୍ରୀ ଜଣଙ୍କ ୧୭ ବର୍ଷୀୟ କାଜଲ ସାହୁ।

ମୃତକର ବାପା ମାଆଙ୍କ କହିବାନୁସାରେ, ସେମାନେ ସକାଳେ କ୍ଷେତକୁ କାମ କରିବାକୁ ଯାଇଥିଲେ ଏବଂ କାଜଲ ଘରେ ଏକୁଟିଆ ଥିଲେ। ମଧ୍ୟାହ୍ନ ସୁଦ୍ଧା ସେ ମଧ୍ୟାହ୍ନ ଭୋଜନ କରି କ୍ଷେତକୁ ନ ଆସିବାରୁ ସେମାନେ ଚିନ୍ତିତ ହୋଇ ଘରକୁ ଫେରିଥିଲେ। ସେଠାରେ ସେମାନେ କାଜଲକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲେ।

ଏନେଇ ପରିବାର ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏ ଯାଏ କାହାରିକୁ ଗିରଫ କରାଯାଇ ନାହିଁ। ଯୁବତୀଙ୍କ ମୃତଦେହ ପାଖରେ ମିଳିଥିବା ଏକ କଣ୍ଡେଇ ଏହି ମାମଲାରେ ଏକ ସୂତ୍ର ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ସାଇଣ୍ଟିଫିକ ଟିମ୍ ସହ ସନ୍ଧାନୀ କୁକୁର ଆଣି ପୋଲିସ ତଦନ୍ତ ଆରମ୍ଭ କରିଛି। କିନ୍ତୁ ଏହା ଗ୍ରାମାଞ୍ଚଳ ହୋଇଥିବାରୁ ଆଖ ପାଖରେ କୌଣସି ସିସିଟିଭି ଫୁଟେଜ ମଧ୍ୟ ନାହିଁ। ତେଣୁ ପୋଲିସକୁ ଏହି ମାମଲାରେ ତଦନ୍ତ କରିବା ଟିକିଏ କଷ୍ଟସାଧ୍ୟ ହୋଇପଡ଼ିଛି।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ ଅପରାଧୀକୁ ଦଣ୍ଡ ଦେବାକୁ ଯଥାସମ୍ଭବ ଉଦ୍ୟମ କରାଯିବ ବୋଲି ପୋଲିସ ପକ୍ଷରୁ ପ୍ରତିଶୃତି ଦିଆଯାଇଛି।

Comments are closed.