ପାରାଦୀପ: ଜଗତସିଂହପୁର ଜିଲ୍ଲାରେ ଦୁଇଟି ବଡ଼ ଘାଇ ହୋଇଥିବା ଯୋଗୁଁ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ପାଣି ପଶିଯାଇଛି। । ଫଳରେ ଜଗତସିଂହପୁର କଟକ ମୁଖ୍ୟ ରାସ୍ତାରେ ଅଣ୍ଟାଏ ଉଞ୍ଚରେ ପାଣି ଲହଡ଼ି ଭାଙ୍ଗୁଛି । ଏହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ତରିକୁନ୍ଦ ବଜାରର ଅଧିକାଂଶ ଦୋକାନରେ ପାଣି ପଶିଯାଇଛି। ଗାଡ଼ି ଚଳାଚଳ ଓ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ସୂଚନା ଅନୁଯାୟୀ, ଦଳେଇଘାଇ ନିକଟ ମାଛଗାଁ କେନାଲ ବନ୍ଧ ଭାଙ୍ଗି ୧୫ ଫୁଟର ଘାଇ ହୋଇଥିବାରୁ ହନୁମନ୍ତବ୍ରହ୍ମପୁର ଗାଁ ରାସ୍ତା ଓ ଚାଷ ଜମିରେ ପାଣି ଉବୁଟୁବୁ ହେଉଛି। ସେହିପରି ତରିକୁନ୍ଦ ନିକଟରେ ୨୦ ଫୁଟର ଘାଇ ହୋଇଥିବା ଯୋଗୁଁ ଜଗତସିଂହପୁର-କଟକ ରାସ୍ତାରେ ପାଣି ଚାଲିଛି। ଏନେଇ ବାଲିଆ ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଘାଇ ବନ୍ଦ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି। ରାସ୍ତା ଘାଟ, ବିଲ ବାଡ଼ି, ଘର ଦ୍ବାର ସହ ପଞ୍ଚାୟତ ଅଫିସ ଓ ତରିକୁନ୍ଦ ଫାଣ୍ଡି ପାଣି ଘେରରେ ରହିଛି । ଗତକାଲି ରାତିରୁ ଘାଇ ସୃଷ୍ଟି ହୋଇଥିବାରୁ ଚିନ୍ତାରେ ଲୋକ । ଘାଇ ଯୋଗୁଁ କଟକ-ଜଗତସିଂହପୁର ୫୫ ନମ୍ବର ଜାତୀୟ ରାଜପଥରେ ଲହଡି ମାରୁଛି ପାଣି । ଫଳରେ ଗାଡି ଚଳାଚଳ ଓ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି।
BREAKING NEWS
- ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ଆସିଲା ନୂଆ ଏସ୍ଓପି, ମହିଳାଙ୍କ ପାଇଁ ରହିଛି ସ୍ୱତନ୍ତ୍ର ଛାଡ଼
- ପାଠ୍ୟପୁସ୍ତକ ତ୍ରୁଟି ମାମଲା: ତନାଘନା ଆରମ୍ଭ, ତଥ୍ୟ ରଖିଲେ ଗଣଶିକ୍ଷା ସଚିବ
- PM Modi’s Rairangpur Tour: ମୋଦିଙ୍କ ରାଇରଙ୍ଗପୁର ଗସ୍ତ ପୂର୍ବରୁ ତେଜିଲା ଓଡ଼ିଶା ରାଜନୀତି, ସଫଳତା-ବିଫଳତାକୁ ନେଇ ମୁହାଁମୁହିଁ ଶାସକ-ବିରୋଧୀ
- ୪୮ ଘଣ୍ଟା ପୂର୍ବରୁ ଜଣାଇବାକୁ ପଡିବ; ନହେଲେ ହର୍ମୁଜରେ ଏଣ୍ଟ୍ରି ମିଳିବନି
- ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଭିଜିଲାନ୍ସ ମାମଲା ଥିଲେ ମିଳିବନି ପଦୋନ୍ନତି
- Shiv Sena-UBT Crisis: ଥମୁନି ଶିବସେନାର ଅନ୍ତଃକଳହ! କୁକୁର-ବାଘ ବୟାନରେ ରାଜନୀତି ତେଜିଲା! ଶିନ୍ଦେଙ୍କ କଟାକ୍ଷ ପରେ ସଞ୍ଜୟଙ୍କ ବିସ୍ଫୋରକ ପୋଷ୍ଟ…
- ଇରାନକୁ ଗୋଟିଏ ପଇସା ବି ମିଳିବନି: ଟ୍ରମ୍ପ
- MI-17 ହେଲିକପ୍ଟରରେ ପହଞ୍ଚିବ ପ୍ରଶ୍ନପତ୍ର, କଡ଼ା ସୁରକ୍ଷାରେ NEET UG ପୁନଃପରୀକ୍ଷା, ଆଜି ଏନଟିଏର ମକ୍ ଡ୍ରିଲ୍
- ବିନିକା ଅଧ୍ୟକ୍ଷାଙ୍କ ଘରକୁ ଫାୟାରିଂ, ୨୫ ରାଉଣ୍ଡ ଗୁଳି…
- ଜନ୍ମମାଟିରେ ଜନ୍ମଦିନ ପାଳିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

Comments are closed.