ପୁନେ: ବର୍ତ୍ତମାନ ଟମାଟୋ ଦର ଆକାଶ ଛୁଆଁ। ଶହେ ଉପରେ କେଜି। ଯେଉଁଠି ଗ୍ରାହକମାନେ କିଲେ ଲେଖାଏଁ ଟମାଟୋ କିଣନ୍ତି, ଆଜି ସେଠି ହାତଗଣତି ତଥା ଦୁଇ ଶହ, ଅଢେଇ ଶହ ଗ୍ରାମ୍ରେ ମନ ବୁଝେଇବାକୁ ପଡୁଛି । ହେଲେ ଏହି ଟମାଟୋ ବେପାର କରି ମାଲେମାଲ ହୋଇଗଲେ ବ୍ୟବସାୟୀ l ଶହେ କି ହଜାରେ ନୁହେଁ, ଏକାଥରକେ ଦେଢ଼ କୋଟି ଟଙ୍କା ରୋଜଗାର କରି ଚର୍ଚ୍ଚାରେ ଏବେ ଜଣେ ବ୍ୟବସାୟୀ l
ଟମାଟୋ କରିଦେଲା କୋଟିପତି । କଥାଟି ଆଶ୍ଚର୍ଯ୍ୟ ଲାଗଥିଲେ ମଧ୍ୟ ସତ । ମହାରାଷ୍ଟ୍ର ପୁନେ ନାରାୟଣଗଂଜ ଅଂଚଳର ତୁକାରାମ ଭାଗୋଜୀ ଗାୟକର ଏବଂ ତାଙ୍କ ପରିବାର ଏକ ମାସରେ ଟମାଟୋ ବିକ୍ରି କରି ଦେଢ଼ କୋଟି ଟଙ୍କାରୁ ଅଧିକ ରୋଜଗାର କରିଛନ୍ତି । ତୁକାରାମଙ୍କ ପାଖରେ ୧୮ ଏକର ଜମି ରହିଛି । ସେଥିରୁ ୧୨ ଏକର ଜମିରେ ସେ ଟମାଟୋ ଚାଷ କରିଛନ୍ତି । ଏଥିରେ ତାଙ୍କୁ ତାଙ୍କର ପୁଅ ଇଶ୍ୱର ଏବଂ ନାତୁଣୀ ସୋନାଲି ସହଯୋଗ କରନ୍ତି ।
ସାଧାରଣତଃ ଚାଷୀମାନେ ନାରାୟଣଗଞ୍ଜରେ ଦିନକୁ ଗୋଟିଏ କ୍ରେଟ୍ ଟମାଟୋ ବିକି ୨୧ଶହ ଟଙ୍କା ରୋଜଗାର କରିଥାନ୍ତି । କିନ୍ତୁ ଗତ ଶୁକ୍ରବାର ତୁକାରାମ ୯୦୦ କ୍ରେଟ୍ ଟମାଟୋ ବିକି ଦିନକରେ ୧୮ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ଗତମାସରେ ସେ ଟମାଟୋ କ୍ରେଟ୍ ପିଛା ୨୪୦୦ ଟଙ୍କା ବିକ୍ରି କରିଛନ୍ତି । ଟମାଟୋର କିଶମ ଅନୁଯାୟୀ ଦର ଉପର ତଳ କରି ମଧ୍ୟ ସେ ବିକ୍ରି କରିଛନ୍ତି । ତୁକାରାମଙ୍କ ପରିବାର ଲୋକ କହିଛନ୍ତି ଯେ, ସେ ଉନ୍ନତ କିସମର ଟମୋଟୋ ଉତ୍ପାଦନ କରନ୍ତି । ତାଙ୍କୁ ଫର୍ଟିଲାଇଜର ଏବଂ ପେଷ୍ଟିସାଇଡ୍ସର ଭଲ ଅଭିଜ୍ଞତା ରହିଛି । ତେଣୁ ସେମାନେ ନିଶ୍ଚିତ ଯେ ତାଙ୍କ ଟମାଟୋ ଭଲ ରହିବ ଏବଂ ଏଥିରେ ପୋକ ଲାଗିବ ନାହିଁ ।
ତୁକାରାମଙ୍କ ବ୍ୟତୀତ ପୁଣେର ଅନେକ ଚାଷୀ ଏବେ ଟମାଟୋ ଚାଷ କରି ବିକ୍ରି କରୁଛନ୍ତି । ଆଉ ମାଲେମାଲ ହେଉଛନ୍ତି । ଏହି ଟମାଟୋ ଚାଷୀମାନଙ୍କର ଏକ ସଂଗଠନ ରହିଛି । ସେହି ସଂଗଠନର କହିବାନୁଯାୟୀ, ସେମାନେ ମାସକୁ ଏବେ ୮୦ କୋଟି ଟଙ୍କାର ଟମାଟୋ ବିକ୍ରି କରୁଛନ୍ତି । ଖାଲି ସେତିକି ନୁହେଁ ୧୦୦ ଜଣ ମହିଳାଙ୍କୁ ମଧ୍ୟ ଏଥିରେ ନିଯୁକ୍ତି ମିଳିଛି ।
BREAKING NEWS
- ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ, ଅଭିନେତାଙ୍କ ବିରୋଧରେ ଚାଲିବ ମାମଲା
- କିସ୍ତୱାଡ଼ରେ ସେନା-ଜୈସ୍ ଆତଙ୍କବାଦୀ ଏନକାଉଣ୍ଟର, ଇଣ୍ଟରନେଟ୍ ସେବା ବନ୍ଦ
- Delhi Summit: କି ପ୍ଲାନ୍ କରୁଛନ୍ତି ପିଏମ୍ ମୋଦି?, ଦିଲ୍ଲୀକୁ ଛୁଟିଛି ଇସଲାମିକ ରାଷ୍ଟ୍ରନେତାଙ୍କ ସୁଅ
- ବସକୁ ଧକ୍କା ଦେଇ ଫେରାର ହେଲା ଟ୍ରକ୍, ୨୮ ଯବାନ ଗୁରୁତର
- ED Summons Sand Mafia: ବାଲି ମାଫିଆଙ୍କୁ ଇଡି ସମନ, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ
- Paddy Smuggle: ପଶ୍ଚିମବଙ୍ଗରୁ ଓଡିଶା ଭିତରକୁ ଧାନ ଚୋରା ଚାଲାଣ
- Tension In Kotia: ପୁଣି କୋଟିଆରେ ପଶି ଆନ୍ଧ୍ର ସରକାରୀ କର୍ମଚାରୀଙ୍କ ଦାଦାଗିରି
- PT Usha’s Husband Died: ଆଉ ନାହାଁନ୍ତି ଦୌଡ଼ରାଣୀ ପିଟି ଉଷାଙ୍କ ସ୍ୱାମୀ, ଆଇଓଏ ସଭାପତିଙ୍କ ସହ କଥା ହୋଇ ଗଭୀର ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି
- Gun Found: ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗ୍ରୁ ମିଳିଲା ବନ୍ଧୁକ
- Jaundice Outbreak: ରାୟଗଡ଼ାରେ ଜଣ୍ଡିସ୍ ଆତଙ୍କ, ଗୋଟିଏ ସପ୍ତାହରେ ୧୨ ଆକ୍ରାନ୍ତ
Comments are closed.