Latest Odisha News

BREAKING NEWS

ମଦ ବ୍ୟବସାୟୀଙ୍କଠୁ ମାସିକିଆ ଚାନ୍ଦା, ଚାନ୍ଦିପୁର ଆଇଆଇସି ଓ ଏଏସ୍ଆଇଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର: ଥାନାରେ ପଶିଲା ଭିଜିଲାନ୍ସ । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଆଇଆଇସି ଓ ଏଏସ୍ଆଇ ଭିଜିଲାନ୍ସ ଜାଲାରେ ପଡ଼ିଛନ୍ତି । ଏକ ଠିପି ବନ୍ଦ ମଦ ଦୋକାନୀଙ୍କ ଠାରୁ ମାସିକ ଚାନ୍ଦା ଭାବେ ୫୦ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ଛନ୍ତି ଥାନା ବାବୁ ।

ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସ୍ଆଇ ବଳି ମହାନ୍ତି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଏଏସ୍ଆଇ ବଳି ମହାନ୍ତିଙ୍କ ଠାରୁ ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିଛି । ମାସିକିଆ ବଟି ନଦେଲେ ମଦ ଦୋକାନ ଚଳାଇ ଦେବେ ନାହିଁ ବୋଲି ପୋଲିସ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ ।

ଲାଞ୍ଚ ନେଇ ୨ ପୋଲିସ ଅଧିକାରୀ ଧରା ପଡ଼ିବା ପରେ ଉଭୟଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନ୍ସ । ଏନେଇ ବାଲେଶ୍ୱର ଭିଜିଲାନ୍ସରେ ମାମଲା ରୁଜୁ ହୋଇଥିବା ବେଳେ ରେଡ୍ ଜାରି ରହିଛି । ଚାନ୍ଦିପୁର ଥାନାରେ ନିଯୁକ୍ତି ପୂର୍ବରୁ ଗଣେଶ୍ଵର ପ୍ରଧାନ ଭଦ୍ରକ ପୁରୁଣା ବଜାର ଥାନାରେ ଥିଲେ ।

Comments are closed.