Latest Odisha News

BREAKING NEWS

ସୂର୍ଯ୍ୟ ବୁଡିବା ପରେ ଭୁଲରେ ବି କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ, କୋପ କରିବେ ଭଗବାନ

ଭୁବନେଶ୍ୱର: ଅଜାଣତରେ ଆମେ ଏମିତି କିଛି କରିଥାଉ, ଯେଉଁଥିପାଇଁ ଆମକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ହେଲେ ଆମେ ସେ ବିଷୟରେ ନ ଜାଣି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ଉପାୟ ତଥା ଉପଚାର କରିଥାଉ।ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ, ଏପରି କିଛି କାର୍ଯ୍ୟ ରହିଛି ଯାହାକୁ ସୂର୍ଯ୍ୟାସ୍ତ ପରେ କରିବା ଆଦୌ ଉଚିତ୍ ନୁହେଁ।

ସୂର୍ଯ୍ୟାସ୍ତ ପରେ ସେହି ସବୁ କାର୍ଯ୍ୟ କରିବା ଦ୍ବାରା ଭଗବାନ କ୍ରୋଧିତ ହେବା ସହ ଆମର ଅନେକ କ୍ଷତି ମଧ୍ୟ ହୋଇଥାଏ। ଜାଣନ୍ତୁ ସୂର୍ଯ୍ୟାସ୍ତ ପରେ କେଉଁ ସବୁ କାର୍ଯ୍ୟ କରିବାକୁ ବାରଣ କରାଯାଇଛି –

ତୁଳସୀ ପତ୍ର ତୋଳିବା-

ଶାସ୍ତ୍ର ଅନୁସାରେ, ଦିନ ଶେଷ ହେବା ପରେ ତୁଳସୀଙ୍କୁ ପାଣି ଦେବା ଅନୁଚିତ୍। ଏହା ସହ ସୂର୍ଯ୍ୟାସ୍ତ ପରେ ତୁଳସୀ ପତ୍ର ତୋଳିବା ମଧ୍ୟ ଅଶୁଭ ହୋଇଥାଏ। ଏହି ସମୟରେ ତୁଳସୀଙ୍କୁ ଛୁଇଁଲେ ତାଙ୍କ ଅପମାନ ହୋଇଥାଏ। ତେଣୁ ସୂର୍ଯ୍ୟାସ୍ତ ପରେ ଭୁଲରେ ମଧ୍ୟ ତୁଳସୀ ପତ୍ର ତୋଳିବା କିମ୍ବା ଛୁଇଁବା ଉଚିତ ନୁହେଁ।

ଖଟରେ ବସି ଖାଦ୍ୟ ଖାଇବା-

ସୂର୍ଯ୍ୟାସ୍ତ ପରେ କେବେହେଲେ ଖଟରେ ବସି ଖାଦ୍ୟ ଖାଇବା ଉଚିତ ନୁହେଁ। ଏହା ଘର ପାଇଁ ବହୁତ କ୍ଷତିକାରକ ହୋଇଥାଏ। ଏହା ଦ୍ବାରା ମଣିଷ ଉପରେ ନକରାତ୍ମକ ଶକ୍ତିର ପ୍ରଭାବ ପଡ଼େ।

ଝାଡ଼ୁ କରିବା-

ସୂର୍ଯ୍ୟାସ୍ତ ପରେ ବା ସନ୍ଧ୍ୟା ସମୟରେ ଝାଡୁ କରିଲେ ଘରୁ ସକରାତ୍ମକ ଶକ୍ତି ବାହାରିଯାଏ। ଏହା ଦ୍ବାରା ଆପଣଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ରହେ ନାହିଁ। ଫଳରେ ଘରେ ଦାରିଦ୍ର୍ୟତା ଲାଗିରହେ। ତେଣୁ ଏହି ସମୟରେ ଝାଡୁ ମାରିବା ଅନୁଚିତ୍।

ତ୍ରିସନ୍ଧ୍ୟା ସମୟରେ ଶୋଇବା ଅନୁଚିତ୍-

ଅଧିକାଂଶ ଲୋକେ ସୂର୍ଯ୍ୟାସ୍ତ ହେବା ପରେ ପରେ କାର୍ଯ୍ୟରୁ ଫେରି ଥକି ଶୋଇପଡ଼ନ୍ତି। ମାତ୍ର ଶାସ୍ତ୍ର ଅନୁସାରେ, ସୂର୍ଯ୍ୟାସ୍ତ ସମୟରେ ଶୋଇବା ଆଦୌ ଉଚିତ ନୁହେଁ। ଏହା ଦ୍ବାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିବା ସହ ଘରର କ୍ଷତି ହୋଇଥାଏ।

ଧଳା ଜିନିଷ ଦାନ କରିବା-

ସୂର୍ଯ୍ୟାସ୍ତ ହେବା ସମୟରେ ବା ପରେ ଯଦି କେହି କ୍ଷୀର, ଦହି ଓ ପିଆଜ ମାଗେ ତେବେ ତୁରନ୍ତ ମନା କରିଦେବା ଉଚିତ୍। କାରଣ ଏଥିରେ ଚନ୍ଦ୍ର ବାସ କରନ୍ତି। ତେଣୁ ସନ୍ଧ୍ୟା ସମୟରେ ଏସବୁ ଜିନିଷ କାହାକୁ ଦେବା ଅଶୁଭ ବୋଲି ବିଶ୍ବାସ ରହିଛି। କାରଣ ଏହା ଦ୍ବାରା ଚନ୍ଦ୍ର କୋପ କରିଥାଆନ୍ତି।

Leave A Reply

Your email address will not be published.