Latest Odisha News

ସେକ୍ସ ରାକେଟ ଅଭିଯୋଗରେ ହୋଟେଲରେ ପୋଲିସର ଚଢ଼ାଉ, ୧୪ ଗିରଫ

ଝାରସୁଗୁଡ଼ା: ସେକ୍ସ ରାକେଟ ଅଭିଯୋଗରେ ପଞ୍ଚପଡ଼ା ନିକଟ ଏକ ହୋଟେଲରେ ପୋଲିସର ରାତି ଅଧିଆ ଚଢ଼ାଉ। ଏହି ଘଟଣାରେ ହୋଟେଲରୁ ପୋଲିସ ୧୪ ଜଣଙ୍କୁ ଗିରଫ କରିଥିବା ବେଳେ ୧୩ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ପଞ୍ଚପଡ଼ା ନିକଟ ଏକ ହୋଟେଲରେ ସେକ୍ସ ରାକେଟ ଚାଲିଥିବା ପୋଲିସ ସୂଚନା ପାଇଁ ରାତି ଅଧିଆ ଚଢ଼ାଉ କରିଥିଲା।

BjdElectrycity

ସୂଚନା ଅନୁସାରେ, ଉଦ୍ଧାର ହୋଇଥିବା ୧୩ ଯୁବତୀ ଜିଲ୍ଲା ବାହାର ହୋଇଥିବା ଜଣାପଡିଛି। ଏହି ଘଟଣାରେ ପୋଲିସ ଦଲାଲକୁ ମଧ୍ୟ ଗିରଫ କରିଛି। ତେବେ ଉକ୍ତ ହୋଟେଲରେ ଦୀର୍ଘଦିନ ଧରି ଦଲାଲ ଜରିଆରେ ସେକ୍ସ ରାକେଟ ଚାଲୁଥିବା ବେଳେ ପୋଲିସ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଛି। ଅନ୍ୟପଟେ ଘଟଣା ସମ୍ପର୍କରେ ଅତ୍ୟଧିକ ସୂଚନା ଜାଣିବା ପାଇଁ ପୋଲିସ ପଚରାଉଚୁରା ଜାରି ରଖିଛି।

Leave A Reply

Your email address will not be published.