Latest Odisha News

BREAKING NEWS

ହସ୍‌ପିଟାଲରୁ ୯ଦିନ ପରେ ଘରକୁ ଫେରିଲେ ମୌନି

ମୁମ୍ବାଇ: ହସ୍‌ପିଟାଲରୁ ୯ଦିନ ପରେ ଚିକିତ୍ସିତ ହୋଇ ଘରକୁ ଫେରିଲେ ଜଣାଶୁଣା ଅଭିନେତ୍ରୀ ମୌନି ରଏ । ଅସୁସ୍ଥତା କାରଣରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏବେ ସୁସ୍ଥ ଅଛନ୍ତି, ଘରକୁ ଫେରିଛନ୍ତି ବୋଲି ସେ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ସେୟାର କରିଛନ୍ତି । ଏହା ଜାଣିବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କର ଆଶୁ କାମନା କରିଛନ୍ତି । କେଉଁ କାରଣରୁ ମୌନି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ତାହା ସ୍ପଷ୍ଟ କରିନାହାନ୍ତି ।

କିଛି ଦିନ ତଳେ ଅଭିନେତ୍ରୀ ମୌନିଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା । ସଙ୍ଗେ ସଙ୍ଗେ ତାଙ୍କ ସ୍ୱାମୀ ସୁରଜ ନାମ୍ବିଆର ତାଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କର ସ୍ୱାସ୍ଥ୍ୟ ଏତେ ଖରାପ ହୋଇଯାଇଥିଲା ଯେ, ତାଙ୍କୁ ଦୀର୍ଘ ୯ ଦିନ ଧରି ହସ୍‌ପିଟାଲରେ ରହିବାକୁ ପଡ଼ିଥିଲା । ହସପିଟାଲରୁ ଡିସଚାର୍ଜ ହେବା ପରେ ମୌନି ଏନେଇ ସୂଚନା ଦେବା ସହ କିଛି ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

ପୋଷ୍ଟର କ୍ୟାପସନରେ ଲେଖିଛନ୍ତିି ଯେ, ‘ମୁଁ ୯ଦିନ ହସ୍ପିଟାଲରେ ଥିଲି । ଯେ କୌଣସି କଥାକୁ ନେଇ ମୁଁ ଚିନ୍ତିିତ ଥିଲି, ତାକୁ ନେଇଏବେ ମୁଁ ଶାନ୍ତିରେ ଅଛି । ମୁଁ ସୁସ୍ଥ ହୋଇ ଘରକୁ ଫେରି ଆସିଛି । ମୋର ସ୍ୱାସ୍ଥ୍ୟବସ୍ଥା ଧୀରେ ଧୀରେ ଭଲ ହେଉଛି । ମୁଁ ମୋର ଘନିଷ୍ଠ ଏବଂ ପ୍ରିୟ ବନ୍ଧୁମାନଙ୍କୁ ଧନ୍ୟବାଦ ଦେବାକୁ ଚାହେଁ, ଯେଉଁମାନେ ଏହି ସମୟରେ ମୋର ଯତ୍ନ ନେଇଥିଲେ ଏବଂ ମୋତେ ଭଲପାଇବା ଦେଇଥିଲେ । ମୌନି ତାଙ୍କ ସ୍ୱାମୀ ସୁରଜ ନାମ୍ବିଆରଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି ଯେ, ତୁମ ପରି କେହି ନାହାଁନ୍ତି, ମୁଁ ସର୍ବଦା ତୁମ ପାଖରେ ଋଣୀ ହୋଇରହିବି । ଓମ୍ ନମଃ ଶିବାୟ… ।

Comments are closed.