Latest Odisha News

ଅକ୍ଷୟ କୁମାରଙ୍କ ଓଏମଜି ୨କୁ ମିଳିଲା ଏ ସାର୍ଟିଫିକେଟ

ମୁମ୍ବାଇ: ଅକ୍ଷୟ କୁମାର ଅଭିନୀତ ଓଃ ମାଇ ଗଡ ୨ ଫିଲ୍ମକୁ ସେନ୍ସର ବୋର୍ଡ ଏ ସାର୍ଟିଫିକେଟ ପ୍ରଦାନ କରିଛନ୍ତି । ଫିଲ୍ମରେ ଅନେକ ବିବାଦୀୟ ଦୃଶ୍ୟ ଅଛି ଏଥି ନିମନ୍ତେ ୨୦ କଟ ସହ ଏହାକୁ ଏ ସାର୍ଟିିଫିକେଟ ପ୍ରଦାନ କରାଯାଇଛି ବୋଲି ସେନ୍ସର ବୋର୍ଡ ପକ୍ଷରୁ କୁହାଯାଇଛି । ଗଦର ୨ ସହିତ ଏହା ୧୧ ଅଗଷ୍ଟରେ ରିଲିଜ ହେବ ବୋଲି ସ୍ଥିର ହୋଇଥିଲା । ଏବେ ରିଲିଜ ଡେଟ ପରିବର୍ତନ ହୋଇପାରେ ଅନୁମାନ କରାଯାଉଛି । ଫିଲ୍ମକୁ ସାର୍ଟିଫିକେଟ ମିଳିଥିଲେ ମଧ୍ୟ କେବେ ରିଲିଜ ହେବ ତାହା ସ୍ପଷ୍ଟ ହୋଇ ପାରିନି । ଅକ୍ଷୟ କୁମାର ତାଙ୍କର ଅନ୍ୟ ପ୍ରୋଜେକ୍ଟର ଶୁଟିଂ ନେଇ ବିଦେଶ ଗସ୍ତରେ ଅଛନ୍ତି । ସେ ଭାରତ ଫେରିବା ପରେ ମେକର୍ସ ଫିଲ୍ମ ରିଲିଜ ସମ୍ପର୍କରେ ସୂଚନା ଦେବ ବୋଲି କହିଛି ।

ସୂଚନାଯୋଗ୍ୟ, ଫିଲ୍ମକୁ ଏ ସାର୍ଟିଫିକେଟ ମିଳିବା ମାନେ ପରିବାର ଓ ଛୋଟ ପିଲା ଏହାକୁ ଦେଖିପାରିବେ ନାହିଁ । ଏହା ଦ୍ୱାରା ଫିଲ୍ମର ବ୍ୟବସରୟରେ କ୍ଷତି ହେବ ବୋଲି ଆଶଙ୍କା କରାଯାଉଛି । ଯଦି ଏହା ୧୧ ଅଗଷ୍ଟରେ ରିଲିଜ ନ ହେବ ଏହାର ସିଧାସଳଖ ଫାଇଦା ଗଦର ୨କୁ ହେବ । ଯାହା ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ଲାଗି ରହିଛି ।

Comments are closed.