Latest Odisha News

ଟି୨୦ରେ ବିଶ୍ୱ ରେକର୍ଡ ସ୍ଥାପନ କଲେ ମାଲେସିଆ ବୋଲର ସ୍ୟାଜରୁଲ ଇଦ୍ରୁସ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଏସିଆ ବି କ୍ୱାଲିଫାୟର ମୁକାବିଲାରେ ମାଲେସିଆର ସ୍ୟାଜରୁଲ ଇଦ୍ରୁସ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଟି୨୦ ଇତିହାସରେ ସେ ପ୍ରଥମ ବୋଲର ଭାବେ ୭ଟି ୱିକେଟ ହାସଲ କରିଛନ୍ତି । ଏହି ପେସ ବୋଲର ଜଣଙ୍କ ଚୀନର ସମସ୍ତ ବ୍ୟାଟ୍ସମ୍ୟାନଙ୍କୁ ବୋଲ୍ଡ କରିଥିଲେ । ନାଇଜେରିଆରୀ ପିଟର ଆହୋ, ଭାରତର ଦୀପକ ଚହର, ଉଗାଣ୍ଡାର ଦୀନେଶ ନାକ୍ରାନି, ଶ୍ରୀଲଙ୍କାର ଅଜନ୍ଥା ମେଣ୍ଡିସ ଓ ନାମ୍ବିଆର ଜେଜେ ସ୍ମିଥ ତାଙ୍କ ପୂର୍ବରୁ ସର୍ବାଧିକ ୬ଟି ୱିକେଟ ନେଇଥିଲେ । ଇଦ୍ରୁସ ୪ ଓଭରରେ ଗୋଟିଏ ମେଡେନ ଦେଇ ୮ ରନରେ ୭ଟି ୱିକେଟ ହାସଲ କରିଥିଲେ ।

ଚୀନ ୧୨ ରନରେ କୌଣସି ୱିକେଟ ନ ହରାଇ ଭଲ ଆରମ୍ଭ କରିଥିଲା । ମାତ୍ର ଇଦ୍ରୁସ ବୋଲିଂ କରିବାକୁ ଆସିବା ପରେ ସବୁ କିଛି ଓଲଟ ପାଲଟ ହୋଇ ଯାଇଥିଲା । ତାଙ୍କ ଇନ ସୁଇଂ ବୋଲିଂକୁ କେହି ଠିକ ଭାବରେ ସାମ୍ନା କରିପାରି ନ ଥିଲେ ଫଳରେ ଚୀନ ୨୩ ରନରେ ଅଲଆଉଟ ହୋଇ ଯାଇଥିଲା । ମାଲେସିଆ ୪.୫ ଓଭରରେ ୨ ୱିକେଟ ହରାଇ ଏହି ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲେ । ବୀରନଦୀପ ସିଂ ୧୪ ବଲରେ ୧୯ ରନ କରିଥିଲେ ।

Comments are closed.