ଯାଜପୁର: ପାରିବାରିକ କଳହକୁ କେନ୍ଦ୍ର କରି ସାନ ଭାଇର ତୀରରେ ବଡ଼ ଭାଇ ହତ୍ୟାର ଶିକାର ହୋଇଛି। ଶନିବାର କାଳିଆପାଣି ଥାନା ଅନ୍ତର୍ଗତ ଅଶୋକଝର ଗ୍ରାମର 30 ବର୍ଷୀୟ ବୁଲୁ ପ୍ରଧାନଙ୍କ ସହ ତାଙ୍କ ସାନ ଭାଇ ଦୁର୍ଲଭ ପ୍ରଧାନଙ୍କ ମଧ୍ୟରେ ଦିନ ଦ୍ୱିପ୍ରହରରେ କୌଣସି ପାରିବାରିକ କଥାକୁ ନେଇ ବଚସା ହୋଇଥିଲା।
କଥା କଟାକଟି ବଢ଼ିବା ସହ ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଅତିଷ୍ଠ ହୋଇ ଦୁର୍ଲ୍ଲଭ ଧନୁଶର ବାହାର କରି ବଡ଼ଭାଇଙ୍କ ଉପରକୁ ମାରିଥିଲେ। ବୁଲୁ ରକ୍ତ ଜୁଡୁବୁଡୁ ହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିବାରୁ ଦୁର୍ଲ୍ଲଭ ଗାଁ ଛାଡି ପଳାଇଥିଲା। ସେମାନଙ୍କ ପାଟି ଶୁଣି ଗାଁ ଲୋକେ ଘରକୁ ଯାଇ ଦେଖିଲେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୁଲୁଙ୍କ ମୃତଦେହ ପଡ଼ିଛି।
ଗ୍ରାମବାସୀଙ୍କଠାରୁ ଖବର ପାଇ କାଳିଆପାଣି ଥାନା ପୁଲିସର ଏକ ଟିମ୍ ଗାଁକୁ ଯାଇ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ଏକ ମାମଲା ରୁଜୁ କରି ଦୁର୍ଲ୍ଲଭଙ୍କୁ ଖୋଜିବା ପାଇଁ ତନାଘନା ଆରମ୍ଭ କରିଛି।
Comments are closed.