Latest Odisha News

BREAKING NEWS

ପିଚୁ ପକାଇ ଶ୍ରମିକଙ୍କ ସହ ରାସ୍ତା କାମ କଲେ ବିଧାୟକ !

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଶ୍ରମିକମାନଙ୍କ ସହ ମିଶି ଜଣେ ବିଧାୟକ ସଡକ ନିର୍ମାଣ କରୁଥିବା ନଜରକୁ ଆସିଛି । ସେହି ରାଜନେତା ଜଣକ ଉମରକୋଟର ବିଧାୟକ ନିତ୍ୟାନନ୍ଦ ଗଣ୍ଡ ହୋଇଥିବାବେଳେ ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର୍ ଧରିଛି ।

ସମ୍ପୃକ୍ତ ବିଧାୟକ ଜଣକ କୋଦାଳ ଧରି ଉମରକୋଟ-ଭାଲୁଗୁଡା ସଡକ ଉପରେ ମୋରମ ପକାଇଥିଲେ । ପରେ ତାଙ୍କର ଏପରି କାମକୁ ଦେଖି ଗ୍ରାମବାସୀମାନେ ମଧ୍ୟ ରୋଡ୍ ନିର୍ମାଣ କାର୍ଯ୍ୟରେ ସାହାଯ୍ୟ କରିବା ଲାଗି ଆଗେଇ ଆସିଥିଲେ ।

ଗଣମାଧ୍ୟମକୁ ସୂଚନା ଦେଇ ବିଧାୟକ କହିଛନ୍ତି, ତାଙ୍କ ନିର୍ବାଚନମଣ୍ଡଳୀରେ ପ୍ରମୁଖ ସମସ୍ୟା ରହିଛି ସଡକ ପଥର ଅଭାବ । ସେଥିଲାଗି ତାଙ୍କ ଅଞ୍ଚଳରେ ଗ୍ରାମବାସୀମାନଙ୍କ ପାଇଁ ଯାତାୟାତ ତଥା ଗମନାଗମନ ବ୍ୟବସ୍ଥା ଲାଗି ଭଲ ସଡକ ପଥର ସୁବିଧା ନଥିବାବେଳେ ରାସ୍ତା ନିର୍ମାଣ କରିବା ଲାଗି ଅଣ୍ଟା ଭିଡିଛନ୍ତି ସେ ।

ଖାସକରି ନିଜର ସାଧାରଣ ଜୀବନଶୈଳୀ, ସମାଜସେବା ତଥା ଲୋକଙ୍କ ସମସ୍ୟା ସମାଧାନ କରି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଉମରକୋଟର ଏହି ବିଧାୟକ ଜଣକ । ରାଜନୀତିରେ ପାଦ ଦେବାପରେ ମଧ୍ୟ ନତ୍ୟାନନ୍ଦ ଆଜିବି ଚାଷଜମିରେ ଯ୍ଧବ କୃଷକମାନଙ୍କ ସହ ମିଶି କାମ କରୁଥିବା ନଜର ରହିଛ ।

ଗତ ଅଗଷ୍ଟ ୨୫ ତାରିଖରେ ଏକ ସଡକ ଦୁର୍ଘଟଣାରେ ମୃତୁ୍ୟବରଣ କରିଥିବା ଏସଓଜି ଯବାନ ଶତୃଘ୍ନଙ୍କ ମରଶରୀରକୁ ପୈତୃକ ଗ୍ରାମ ନବରଙ୍ଗପୁରର ପଣ୍ଡରୀପଖନା ଗ୍ରାମକୁ ନେଇ ଅନ୍ତିମ ସଂସ୍କାର କରାଇବାରେ ଉମରକୋଟ ବିଧାୟକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଯାହାକୁ ନେଇ ସେସମୟରେ ବିଧାୟକ ଜଣକ ଚର୍ଚ୍ଚାର ପରିଧିରେ ରହିଥିଲେ ।

Leave A Reply

Your email address will not be published.