Latest Odisha News

ଶୈଫାଳିକା ପଣ୍ଡା ଜି-୨୦ ଏମ୍ପାୱାର ୱାର୍କିଂ ଗ୍ରୁପ୍ ଅନ୍ ମେଣ୍ଟରସିପ କାର୍ଯ୍ୟକ୍ରରମ ଆବାହକ ଭାବେ ସମ୍ମାନିତ

ଭୁବନେଶ୍ୱର: ଇମ୍ଫାର ସିଏସଆର ମୁଖ୍ଯ ତଥା ବଂଶୀଧର-ଇଲା ପଣ୍ଡା ଫାଉଣ୍ଡେସନ (ବିଆଇପିଏଫ)ର ଟ୍ରଷ୍ଟି ଓ ପ୍ରତିଷ୍ଠାତା ସିଇଓ ଶୈଫଳିକା ପଣ୍ଡାଙ୍କୁ ଜି-୨୦ ଏମ୍ପାୱାର ୱାର୍କିଂ ଗ୍ରୁପ୍ ଅନ୍ ମେଣ୍ଟରସିପ୍ କାର୍ଯ୍ୟକ୍ରମର ସଂପ୍ରର୍ଯାଜନା ପାଇଁ ସମ୍ମାନିତ କରାଯାଇଛି । ଫିକି-ଆଦିତ୍ୟ ବିର୍ଲା ସିଏସଆର୍ ସେଣ୍ଟର ଫର୍ ଏକ୍ସିଲେନ୍ସ ଅଧ୍ଯକ୍ଷା ଡ. ରାଜଶ୍ରୀ ବିର୍ଲା ଏବଂ ଜି-୨୦ ଜି-୨୦ ଏମ୍ପାୱାରର ଅଧ୍ଯକ୍ଷ ଡ. ସଂଗୀତା ରେଡ୍ଡି ଗୁଜୁରାଟ ଗାନ୍ଧିନଗରରେ ଆୟୋଜିତ ଜି-୨୦ ଏମ୍ପାୱାର ସମ୍ମିଳନୀ ପୂବ୍ରୁ ଶୈଫାଳିକା ପଣ୍ଡାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।

Shaifalika Panda, felicitated as Convenor of G20 EMPOWER working group on mentorship

ଶୈଫାଳିକା ପଣ୍ଡା କର୍ପୋରେଟ୍ ସାମାଜିକ ଦାୟିତ୍ୱ ଏବଂ ଏହାର ପ୍ରଭାବୀ କାର୍ଯ୍ଯକ୍ରମ କ୍ଷେତ୍ରରେ ଜଣେ ଦୃଢ଼ ଦକ୍ଷ ନେତୃତ୍ୱ । ସେ ବର୍ତ୍ତମାନ ଜି-୨୦ ଏମ୍ପାୱାର ୱାର୍କିଂ ଗ୍ରୁପ୍ ଅନ୍ ମେଣ୍ଟରସିପ୍ କାର୍ଯ୍ୟକ୍ରମର ଅଧ୍ଯକ୍ଷା ଭାବେ କାର୍ଯ୍ଯରତ । ଏହି କାର୍ଯ୍ଯକ୍ରମ ଦ୍ୱାରା ସେ ତୃଣମୂଳ ସ୍ତରରେ ମହିଳା ମାନଙ୍କର ବ୍ୟକ୍ତିଗତ ଏବଂ ଗୋଷ୍ଠୀ ସମୂହକୁ ମେଣ୍ଟରସିପ୍ ଜରିଆରେ ସେମାନଙ୍କ ଡିଜିଟାଲ ଦକ୍ଷତା, ମୌଳିକ ଏବଂ ଜୀବନଚକ୍ର ଆହ୍ୱାନର ମୁକାବିଲା ଏବଂ ଔଦ୍ୟୌଗିକ ନେତୃତ୍ୱର ବିକାଶ କରି ପାରୁଛନ୍ତି । ସେ ଜି-୨୦ ଏମ୍ପାୱାର ପ୍ୟାନେଲ୍ ଆଗ୍ରା, ତ୍ରିବେନ୍ଦ୍ରମ (ତିରୁ ଅନନ୍ତପୁରମ୍) ଏବଂ ଗାନ୍ଧିନଗରର ସଦସ୍ୟ ରହି ଆସିଛନ୍ତି ।

ଟ୍ରଷ୍ଟି ଏବଂ ବିଆଇପିଏଫର ସିଇଓ ଭାବେ ସିଇଓ ଦୁର୍ବଳ ଶ୍ରେଣୀ, ଗୋଷ୍ଠୀସଂଘର ନେତୃତ୍ୱ ବିକାଶ ଓ ଏହାର ପ୍ରଭାବ ମୂଲ୍ୟାୟନ କାର୍ଯ୍ଯ କରୁଛନ୍ତି । ଶୈଫାଳିକା ବ୍ୟକ୍ତିଗତ ଭାବେ ଶିକ୍ଷା, ସ୍ୱାସ୍ଥ୍ଯ ଏବଂ ଜୀବିକା ବିକାଶ କାର୍ଯ୍ଯକ୍ରମ ଜରିଆରେ ଗୋଷ୍ଠୀ ସମୂହର ବିକାଶ ହୋଇ ପାରିବ ବୋଲି ବିଶ୍ୱାସ ରଖନ୍ତି । ତାଙ୍କ  ପ୍ରକଳ୍ପ ‘ଉନ୍ନତି’ ଓଡ଼ିଶାରେ ମହିଳାମାନଙ୍କୁ ଆତ୍ମନିର୍ଭର କରିବାରେ ସହାୟକ ହେଉଛି ।

Comments are closed.