Latest Odisha News

BREAKING NEWS

ଏସିଆନ ଚାମ୍ପିୟନଶିପ ଟ୍ରଫି ହକି: ଭାରତ-ଜାପାନ ମ୍ୟାଚ ଡ୍ର

ଚେନ୍ନାଇ: ଚଳିତ ଏସିଆନ ଚାମ୍ପିୟନଶିପ ହକିରେ ଶୁକ୍ରବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଭାରତ-ଜାପାନ ମ୍ୟାଚ ଡ୍ରରେ ଶେଷ ହୋଇଛି । ଉଭୟ ଦଳ ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ । ପ୍ରଥମ ମ୍ୟାଚରେ ଜାପାନ ପରାଜିତ ହୋଇଥିବାରୁ ଦଳ ଏହି ମୁକାବିଲାରୁ କିଛି ପଂଏଟ ଆଶା କରୁଥିଲା, ଯାହାକି ସଫଳ ହୋଇଛି । ଅପରପକ୍ଷରେ ଟିମଇଣ୍ଡିଆ ଅପରାଜେୟ ରହିଥିଲେ ମଧ୍ୟ ଟେବୁଲ ଟପର ହୋଇପାରି ନାହିଁ । ମାଲେସିଆ ଶୀର୍ଷ ସ୍ଥାନରେ ରହିଛି ।

ମ୍ୟାଚର ୨୮ତମ ମିନିଟରେ ଜାପାନର ନାଗାୟୋଶି ଗୋଲ କରି ଦଳକୁ ୧-୦ ଗୋଲରେ ଅଗ୍ରଣୀ କରାଇଥିଲେ । ତେବେ ୪୩ତମ ମିନିଟରେ ହରମନପ୍ରୀତ ସିଂ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ମ୍ୟାଚକୁ ୧-୧ ସମାନ ସ୍ଥିତିକୁ ଆଣିଥିଲେ । ଏହା ପରେ କେହି କାହା ବିପକ୍ଷରେ ଗୋଲ କରିପାରି ନ ଥିଲେ ।

ଆୟୋଜକ ଭାରତ ତାର ଅଭିଯାନ ସମ୍ପୂର୍ଣ୍ଣ ଷ୍ଟାଇଲରେ ଆରମ୍ଭ କରିଥିଲା । ପ୍ରଥମ ମୁକାବିଲାରେ ଚୀନକୁ ୭-୨ ବ୍ୟବଧାନରେ ଭାରତ ପରାସ୍ତ କରିଥିଲା । ହରମନପ୍ରୀତ ସିଂ, ବରୁଣ କୁମାର ୨ଟି ଲେଖାଁଏ ଗୋଲ ଦେଇଥିବା ବେଳେ ମନଦୀପ ସିଂ, ଆକାଶଦୀପ ସିଂ ଓ ସୁଖଜିତ ସିଂ ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ । ଅପରପକ୍ଷରେ ଜାପାନ ତାର ପ୍ରଥମ ମ୍ୟାଚରେ ଦକ୍ଷିଣ କୋରିଆ ନିକଟରୁ ୧-୨ ଗୋଲରେ ପରାଜିତ ହୋଇଛି । ପ୍ରଥମାର୍ଦ୍ଧରେ ୧-୦ର ଅଗ୍ରଣୀ ହାସଲ କରିଥିଲେ ମଧ୍ୟ ଜାପାନ ଦ୍ୱିତୀୟାର୍ଦ୍ଧରେ ଖରାପ ପ୍ରଦର୍ଶନ କରି ମ୍ୟାଚ ହାତଛଡା କରିଥିଲା ।

Comments are closed.