Latest Odisha News

ସୀମା-ସଚିନ୍ ଲଭଷ୍ଟୋରୀକୁ ନେଇ ନିର୍ମାଣ ହେବ ଚଳଚ୍ଚିତ୍ର ‘କରାଚିରୁ ନୋଏଡା’

ନୂଆଦିଲ୍ଲୀ: ସୀମା ଓ ସଚିନଙ୍କ ପ୍ରେମ କାହାଣୀକୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି । ଯାହାର ନାମ ରଖାଯିବ ‘କରାଚିରୁ ନୋଏଡାକ୍’ । ଅମିତ ଜାନି ଏହି ଚଳଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି । ଚଳଚିତ୍ରରେ ସୀମା ଏକ ‘ର’ ଏଜେଣ୍ଟ ଭୂମିକାରେ ନଜର ଆସିବେ ।

ଆଜିର ଦିନରେ ସୀମା ସଚିନଙ୍କ ପ୍ରେମ କାହାଣୀ ଚର୍ଚ୍ଚାର ବିଷୟ ହୋଇଛି  ।   ସେମାନଙ୍କ ବିଷୟରେ ଜାଣିବା ପାଇଁ ଲୋକଙ୍କ ଖୁବ ଆଗ୍ରହ  । ତେଣୁ ତାଙ୍କୁ ନେଇ ଏକ ଫିଲ୍ମ କରିବା ପାଇଁ ପ୍ରସ୍ତୁତି ଚାଲିଛି ।  ଜାନି ଫାୟାର ଫକ୍ସ ପ୍ରଡକ୍ସନ ହାଉସର ପରିଚାଳନା ନିର୍ଦ୍ଦେଶକ ଅମିତ୍ ଜାନି ଏହି ଚଳଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି ।

ଫିଲ୍ମର ନାମ ହେବ ‘କରାଚିରୁ ନୋଏଡା’ । ଆସନ୍ତା ସପ୍ତାହରେ  ଫିଲ୍ମର ଥିମ ଗୀତ ଲଂଚ ହେବ । ଏହାପୂର୍ବରୁ ସୀମାଙ୍କୁ ଅନ୍ୟ ଏକ ଫିଲ୍ମରେ କାମ କରିବାକୁ ଅଫର ଦେଇଛନ୍ତି ଅମିତ୍ । ଯେଉଁଥିପାଇଁ ସୀମା ମଧ୍ୟ ପ୍ରସ୍ତୁତ । ରାଜସ୍ଥାନର ଉଦୟ ପୁରରେ କହ୍ନୈୟା ଲାଲଙ୍କ ହତ୍ୟା ଉପରେ ନିର୍ମିତ ଏହି ଫିଲ୍ମ ର ନାମ ହେଉଛି ଟେଲର ମର୍ଡର ଷ୍ଟୋରୀ ।

ତେବେ ଆସନ୍ତା ସପ୍ତାହରେ ଜାନି ଫାୟାର ଫକ୍ସ ପ୍ରଡକ୍ସନ ହାଉସର ଟିମ୍ ର ସଦସ୍ୟ ମାନେ ନୋଏଡାରେ ପହଞ୍ଚି ସୀମାଙ୍କୁ ଭେଟିଥିଲେ । ସୀମାଙ୍କ ଅଡିସନ୍ ମଧ୍ୟ ନିଆଯାଇଥିଲା । ଏହି ସମୟରେ ସୀମା ସଦସ୍ୟ ମାନଙ୍କର ପାଦ ଛୁଇଁ ଆଶୀର୍ବାଦ ନେଇଥିବା ଦେଖିବାକୁ ମିଳିଥିଲା ।

ଅନ୍ୟପକ୍ଷରେ ଏହି ଚଳଚିତ୍ର ନିର୍ମାଣକୁ ନେଇ ଅମିତ୍ ଜାନିଙ୍କୁ ଧମକ ଦିଆଯାଇଛି । ଅମିତ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ସମାଜବାଦି ଦଳର ପୂର୍ବତନ ମୁଖପାତ୍ର ଅଭିଷେକ ସୋମ ଏବଂ ମୋନୁ ମନସେର ତାଙ୍କୁ ଧମକ ଦେଇଛନ୍ତି । ଏପରିକି ସୁଟିଂ ସେଟ୍ ଉପରେ ଆକ୍ରମଣ କରାଯିବାର ଧମକ ବି ମିଳିଛି । ତେବେ ଏ ନେଇ ଏକ ଟ୍ବିଟ୍ ଜରିଆରେ ୟୁପି ପୋଲିସ ନିକଟରେ ଅଭିଯୋଗ କରିଥିବାର ସୂଚନା ମିଳିଛି ।

Comments are closed.