Latest Odisha News

ସିନେମା ହଲରେ ଧମାଲ କରୁଛି ‘ରକି ଔର ରାନି କି ପ୍ରେମ କାହାନୀ’, ୧୦ ଦିନରେ ୧୦୦ କୋଟି ଡେଇଁଲା

ମୁମ୍ବାଇ: ସିନେମା ହଲରେ ଧମାଲ କରୁଛି କରନ ଜୋହରଙ୍କ ଫିଲ୍ମ ‘ରକି ଔର ରାନି କି ପ୍ରେମ କାହାନୀ’ । ଏହି ଫିଲ୍ମରେ ରଣବୀର ସିଂହ ଏବଂ ଆଲିଆ ଭଟ୍ଟଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏହା ବକ୍ସ ଅଫିସରେ ଏବେ ଭଲ ବ୍ୟବସାୟରେ କରୁ଼ୁଛି । ଏହା ରିଲିଜ ପ୍ରଥମ ସପ୍ତାହରେ ଭଲ ରୋଜଗାର କରିଥିବା ବେଳେ ଦ୍ୱିତୀୟ ସପ୍ତାହରେ ମଧ୍ୟ ରେକର୍ଡ଼ କରିଛି । ମାତ୍ର ୧୦ ଦିନରେ ଫିଲ୍ମ ପ୍ରାୟ ୧୦୫ କୋଟି ଟଙ୍କା ରୋଜଗାର କରିଥିବା ଜଣାଯାଇଛି । ନିର୍ଦ୍ଦେଶକ ଭାବେ କରନ୍ ମଧ୍ୟ ପ୍ରାୟ ୧୮୦ କୋଟି ଟଙ୍କାର ଗ୍ରସ୍ କଲେକ୍ସନ କରିସାରିଛନ୍ତି ।

ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ରକି ଔର ରାନୀ କି ପ୍ରେମକାହାନୀ’ ରେ ରଣବୀର ଓ ଆଲିଆ ଚମତ୍କାର ଅଭିନୟ କରିଛନ୍ତି । ଫିଲ୍ମଟି ଉଭୟଙ୍କ ଶ୍ରେଷ୍ଠ ଫିଲ୍ମ ତାଲିକାରେ ସାମିଲ ହୋଇଛି । ଏଥିସହିତ ଏହି ଫିଲ୍ମରେ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଓ ଅଭିନେତ୍ରୀ ଶବାନା ଆଜମୀ ମଧ୍ୟ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି । ଏଥିରେ ଧର୍ମେନ୍ଦ୍ର ଓ ଶବାନାଙ୍କ ଏକ ଚୁମ୍ବନ ଦୃଶ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆସନ୍ତା ଶୁକ୍ରବାର ସନି ଦେଓଲଙ୍କ ‘ଗଦର ୨’ ଏବଂ ଅକ୍ଷୟ କୁମାରଙ୍କ ‘ଓଏମ୍‌ଜି ୨’ ରିଲିଜ ହେଉଛି । ଏଣୁ ତା ପୂର୍ବରୁ ଏହି ଫିଲ୍ମ ଭଲ ବ୍ୟବସାୟ କରିଛି ।

Comments are closed.