Latest Odisha News

ଗଳାରେ ସଂକ୍ରମଣ: ଭୁଲ୍ ଔଷଧ ଦେଇ ଦୋକାନୀ ଅଟକ, ଝିଅ ଅସୁସ୍ଥ

ଭୁବନେଶ୍ୱର: ଜଣେ ମହିଳାଙ୍କୁ ଭୁଲ୍ ଔଷଧ ଯୋଗାଉଥିବା ଅଭିଯୋଗରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ମେଡପ୍ଲସ ଫାର୍ମାସିରେ ନିଯୁକ୍ତି ପାଇଥିବା ଜଣେ ସେଲ୍ସମ୍ୟାନଙ୍କୁ ପୁଲିସ ଅଟକ ରଖିଛି। ସୂଚନା ଅନୁଯାୟୀ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ମହିଳା ତାଙ୍କ ଝିଅର ଗଳାରେ ସଂକ୍ରମଣ ପାଇଁ ଔଷଧ କିଣିବା ପାଇଁ ଡାକ୍ତରଙ୍କ ପ୍ରେସକ୍ରିପସନ ନେଇ ଔଷଧ ଦୋକାନକୁ ଯାଇଥିଲେ।

ତେବେ ଅଭିଯୋଗରୁ ଜଣାପଡିଛି ଯେ ଫାର୍ମାସିରେ ଥିବା ସେଲ୍ସପର୍ସନ ତାଙ୍କୁ ନିର୍ଦ୍ଧାରିତ ଔଷଧ ବଦଳରେ ଯନ୍ତ୍ରଣା ଉପଶମ ସ୍ପ୍ରେ ଦେଇଥିଲେ। ଅର୍ଥାତ ଗଳାରେ ସଂକ୍ରମଣ ପାଇଁ ଡାକ୍ତର ଯେଉଁ ସ୍ପ୍ରେ ଲେଖିଥିଲେ ସେ ଜାଗାରେ ପେନ୍ ରିଲିଫ୍ ସ୍ପ୍ରେ ଦିଆଯାଇଥିଲା। ଯେତେବେଳେ ମହିଳା ଜଣକ ତାଙ୍କ ଝିଅର ପାଟିରେ ଯନ୍ତ୍ରଣା ଉପଶମକାରୀ ସ୍ପ୍ରେ ଦେଇଥିଲେ, ସେତେବେଳେ ଶିଶୁଟି ଅସୁସ୍ଥ ହୋଇପଡ଼ିଥିଲା ଏବଂ ପରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ଘଟଣାକୁ ବର୍ଣ୍ଣନା କରି ଶିଶୁଟିର ମା’ ବି. କେ. ଭବନା କହିଛନ୍ତି, “ମୁଁ ପ୍ରେସକ୍ରିପସନ ଯାଞ୍ଚ କରିନଥିଲି ଏବଂ ମୋ ଶିଶୁକୁ କିଛି ଥର ପେନକିଲର ସ୍ପ୍ରେ ଦେଇଥିଲି। ଯେତେବେଳେ ମୁଁ ସ୍ପ୍ରେର ଏକ ହ୍ୱିଫ୍ ଧରିଲି, ଏହା ମୋ ପାଇଁ ଡାଇକ୍ଲୋଫେନାକ ପରି ଲାଗୁଥିଲା। ମୁଁ ତତକ୍ଷଣାତ ତା’ ପାଟିକୁ ପୋଛି ଦେଲି, କିନ୍ତୁ ପରେ ମୁଁ ଲକ୍ଷ୍ୟ କଲି ଯେ ସେ ଅସ୍ଥିର ଦେଖାଯାଉଛି। ଏହାକୁ ନେଇ ଚିନ୍ତିତ ହୋଇ ମୁଁ ଝଅକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଥିଲି।

ଭାବନା ଆହୁରି କହିଛନ୍ତି, ଦୁଇ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବା ସତ୍ତ୍ୱେ ଫାର୍ମାସି ଲାଇସେନ୍ସଧାରୀ କିମ୍ବା ମାଲିକ ମୋତେ ସାହାଯ୍ୟ କରିବାକୁ ଆଗେଇ ଆସିଲେ ନାହିଁ। ଅନ୍ୟ କୌଣସି ବିକଳ୍ପ ନଥାଇ ମୁଁ ପୋଲିସର ହସ୍ତକ୍ଷେପ ଲୋଡିଥିଲି। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ବିଧିବଦ୍ଧ ଅଭିଯୋଗ ହେବା ପରେ ସେଲ୍ସ ପର୍ସନଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ଅଟକ ଥିବା ସେଲ୍ସପର୍ସନ ମାଟ୍ରିକ ପରୀକ୍ଷା ପାସ କରିନଥିବା ଜଣାପ଼ଡ଼ିଛି।

Comments are closed.