Latest Odisha News

କଟକରେ ଅଜଣା ବ୍ୟକ୍ତିର ଗୁଳିରେ ଯୁବକ ମୃତ, ପୂର୍ବ ଶତ୍ରୁତା ସନ୍ଦେହ

କଟକ: କଟକ ସଦର ଥାନା ଅନ୍ତର୍ଗତ ସୁଭଦ୍ରାପୁର ଅଞ୍ଚଳରେ ଗତକାଲି ଅପରାହ୍ନରେ ଜଣେ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଛି। ମୃତକଙ୍କ ନାଁ ଚିନ୍ତାମଣି ସାହୁ ବୋଲି ଥାନାର ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଜଣ ବାଇକ୍ ଆରୋହୀ ଦୁର୍ବୃତ୍ତ ଯୁବକଙ୍କ ନିକଟକୁ ଆସି ହଠାତ୍ ତାଙ୍କ ଉପରକୁ ଗୁଳି ଚଳାଇବାରୁ ଅକାଳ ମୃତ୍ୟୁ ଘଟିଥିଲା। ଗୁଳିକାଣ୍ଡ ପଛର କାରଣ ଜଣାପଡ଼ି ନାହିଁ।

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଚିନ୍ତାମଣିଙ୍କ ଉପରକୁ ଗୁଳି ଚଳାଇଥିବା ଦୁଇ ଜଣ ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। କିଛି ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଏବେ ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରିଥିବା ବେଳେ ଗୁଳିମାଡ ପଛରେ ପୂର୍ବ ଶତ୍ରୁତା ଥାଇପାରେ ବୋଲି ସନ୍ଦେହ କରାଯାଉଛି।

ଅନ୍ୟପଟେ ଦିବା ଆଲୋକରେ ଗୁଳିକାଣ୍ଡ ଭିଆଇ ଦୁର୍ବୃତ୍ତ ଫେରାର ହୋଇଯିବା ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠିଛି।

Comments are closed.