Latest Odisha News

BREAKING NEWS

ଭୁବନେଶ୍ୱରରେ ଜଳିଗଲା ମିନିଟ୍ରକ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ପଟିଆ ନିକଟରେ ଗୁରୁବାର ଦିନ ଏକ ମିନିଟ୍ରକରେ ନିଆଁ ଲାଗିଯିବାରୁ ଏହା ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳୁଥିବାର ନଜରକୁ ଆସିଛି ।

ପ୍ରାପ୍ତ ସୂଚନାନୁଯାୟୀ ଇନଫୋସିଟି ଥାନା ଅନ୍ତର୍ଗତ କିମ୍ସ ହସ୍ପିଟାଲର ପଛପଟ ରାସ୍ତାରେ ଏହି ଅଗ୍ନିକାଣ୍ଡ ଘଟିଥିବା ନେଇ ଜଣାପଡିଛି ।

ଆହୁରି ମଧ୍ୟ ଉକ୍ତ ଗାଡିରେ ବ୍ଲିଚିଂ ପାଉଡର ଓ ଏସିଡ୍ ଲଦା ହୋଇଥିବା ନେଇ ସୁତ୍ରରୁ ପ୍ରକାଶ । ତେବେ ମଧ୍ୟ ଏହି ଗାଡିରେ କେଉଁ କାରଣରୁ ନିଆଁ ଲାଗିଛି, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏହାବ୍ୟତିତ ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।

ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

Leave A Reply

Your email address will not be published.