Latest Odisha News

BREAKING NEWS

କବିତା : ପାପ ପଞ୍ଜୁରୀରେ ଶାରୀ

ଡମ୍ବରୁଧର ବେହେରା

ପାପ ଦୁନିଆରେ ନିବସନ୍ତି ଲୋକ
ଅନ୍ୟାୟ, ଦୁର୍ନୀତି ବେଶୀ
ଭଲ ଲୋକ ଏଠି ଭୋଗିଥାନ୍ତି କଷ୍ଟ
ନିର୍ଦ୍ଦୋଷର ଜୟ ବେଶି …୧

ଧରମ ନାମରେ ଭଣ୍ଡାମି ପ୍ରଚାର
ଅନ୍ଧାରେ ରତ୍ନ ଭଣ୍ଡାର
ଅନ୍ଧ ପଚାରୁଛି ଆରକେ ଅନ୍ଧକୁ
କିପରି ହେବି ମୁଁ ପାର….୨

ପାପ , ପୁଣ୍ୟ ନାହିଁ ଏ ସାରା ସଂସାରେ
ଲୋଭ ,ମୋହେ ସର୍ବେ ଗ୍ରାସ
ପାପ ପଞ୍ଜୁରୀରେ ଜୀବ ପକ୍ଷୀ ଶାରୀ
ହେବ ନିଜେ ଦିନେ ନାଶ….୩

ସମୟର ବେଢ଼ି ସଂସାର ଶିକୁଳି
ବାନ୍ଧେ ଆତ୍ମା ରୂପି ଶାରୀ
ପାପ ପଞ୍ଜୁରୀରେ ପୁଣ୍ୟ ରୂପି ଶାରୀ
ମୁକ୍ତି ଆଶେ ଡାକେ ହରି
ପାପ ପଞ୍ଜୁରୀରେ ଶାରୀ
ଡାକେ ପ୍ରଭୁ ହରି ହରି…!!

ସୁରଳ(ଗଞ୍ଜାମ)

Comments are closed.