Latest Odisha News

BREAKING NEWS

ସାରେଗାମାପା ଲିଟିଲ ଚାମ୍ପ: ଶନିବାରରୁ ଆରମ୍ଭ ହେବ ମେଗା ଅଡିସନ୍ , ଗାଲା ରାଉଣ୍ଡ

ଭୁବନେଶ୍ୱର: ଜୀ-ସାର୍ଥକରେ ଆରମ୍ଭ ହୋଇଯାଇଛି ଓଡିଶାର ସବୁଠାରୁ ବଡ ସିିଙ୍ଗିଂ ରିୟଲିଟି ଶୋ ‘ସାରେଗାମାପା ଲିଟିଲ ଚାମ୍ପସ – ଆଜି ଛୋଟ କାଲି ଉସ୍ତାଦ’ । ଶନିବାରରୁ ଆରମ୍ଭ ହେବାକୁ ଯାଉଛି ଏହାର ମେଗା ଅଡିସନ ଏବଂ ଗାଲା ରାଉଣ୍ଡ । ପ୍ରତିଭାର ଏହି ମଞ୍ଚରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କୁନି କଳାକାରମାନଙ୍କ ମଧ୍ୟରୁ ସେମାନଙ୍କ ଦକ୍ଷତା ଅନୁଯାୟୀ ଜୁରୀ ବା ବିଚାରକମାନେ ମେଗା ଅଡିସନ୍ ପାଇଁ ଚୟନ କରିଛନ୍ତି । “ମେଗା ଅଡିସନ୍ ରାଉଣ୍ଡରେ ଭଲ ପ୍ରଦର୍ଶନ କରିଥିବା ପ୍ରତିଯୋଗୀମାନେ ଗାଲା ରାଉଣ୍ଡକୁ ଯିବେ ।

ମେଗା ଅଡିସନ୍ ଓ ଗାଲା ରାଉଣ୍ଡ କେବଳ ପ୍ରତିଯୋଗୀମାନଙ୍କ ପାଇଁ ନୁହେଁ ବିଚାରକମାନଙ୍କୁ ଚୟନ କରିବା ମଧ୍ୟ କାଠିକର ପାଠ ହୋଇପଡ଼ିବ । ସମସ୍ତ ପ୍ରତିଯୋଗୀଙ୍କ ପ୍ରଦର୍ଶନ ବହୁତ ଉଚ୍ଚକୋଟିର, ସେଥିପାଇଁ ପ୍ରତିଯୋଗିତା ଅତ୍ୟନ୍ତ ମନମୁଗ୍ଧକର ହେବ । ମେଗା ଅଡିସନରୁ ଗାଲା ରାଉଣ୍ଡକୁ ମାତ୍ର ୧୬ ଜଣ ପ୍ରତିଯୋଗୀ ମନୋନୀତ ହେବେ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍ ।

ଜୀ-ସାର୍ଥକରେ ସାରେଗାମାପା ଲିଟିଲ ଚାମ୍ପ ଜୁଲାଇ ୨୨ରୁ ଆରମ୍ଭ ହୋଇଛି । ଏଥର ଗାଲା ରାଉଣ୍ଡ ପ୍ରତିଯୋଗୀମାନଙ୍କ ପାଇଁ ଅଛନ୍ତି ଦୁଇଜଣ ମେଣ୍ଟର , ସାରେଗାମାପା ଲିଟିଲ ଚାମ୍ପ୍ ୨୦୨୧ର ବିଜେତା ଦେବାଂଶୀ ଦାସ ଓ ସାରେଗାମାପା ଲିଟିଲ ଚାମ୍ପ୍ ୨୦୧୬ର ବିଜେତା ପ୍ରଭୁପାଦ ମହାନ୍ତି । ଏହି ଦୁଇ ଜଣଙ୍କ ତତ୍ତ୍ୱ୍ୱାବଧାନରେ ପ୍ରତିଯୋଗୀ ମାନେ ଗାଲା ଓ ଫାଇନାଲ ରାଉଣ୍ଡ ପାଇଁ ସଙ୍ଗୀତ ଅଭ୍ୟାସ କରିବେ ।

ଏଥିରେ ଜୁରୀ ବା ବିଚାରକ ଭାବେ ଅଛନ୍ତି ଲୋକପ୍ରିୟ ଗାୟକ କ୍ରୀଷ୍ଣା ବେଉରା , ଓଡ଼ିଶାର ସୁନାମଧନ୍ୟ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ ।

Comments are closed.