Latest Odisha News

BREAKING NEWS

ବାଂଲାଦେଶରେ ଡେଙ୍ଗୁ ଆତଙ୍କ: ୩୯୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଢାକା: ବାଂଲାଦେଶରେ ଡେଙ୍ଗୁ ଆତଙ୍କ  । ଦେଶରେ ଧୀରେ ଧୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି  । ଯାହାକି ସ୍ବାସ୍ଥ୍ୟ ବିଭାଗର ଚିନ୍ତାର କାରଣ ପାଲଟିଛି  । ଆଜି ସକାଳ ୮ଟା ସୁଦ୍ଧା ୧୧ ଜଣ ଡେଙ୍ଗୁ ରୋଗରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା  ୩୯୮ରେ ପହଁଞ୍ଚିଛି  । ସେହିପରି ଯଦି ଦେଖିବା ୨୯୦୫ଟି ନୂଆ କେସ୍ ସାମ୍ନାକୁ ଆସିଛି । ଜାନୁଆରୀ ପହିଲାରୁ ଏପର୍ଯ୍ୟନ୍ତ ବାଂଲାଦେଶରେ ମୋଟ୍ ୮୫ ହଜାର ୧୧୪ ମାମଲା ରେକର୍ଡ ହୋଇଛି ।

ଗତ ୨୪ ଘଣ୍ଟାରେ ହୋଇଥିବା ୧୧ ଜଣ ମୃତକଙ୍କ ମଧ୍ୟରେ ୭ ଜଣ କେବଳ ଢାକାର ରହିଛନ୍ତି  । ମୋଟ୍ ନୂଆ ରୋଗୀଙ୍କ ମଧ୍ୟରୁ ୧୦୪୨ଜଣ ଢାକାରେ ଥିବା ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟ ଆକ୍ରାନ୍ତଙ୍କୁ ଦେଶର ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୋଟ୍ ୭୫ ହଜାର ୨୮୦ଜଣ ଆକ୍ରାନ୍ତ ଡେଙ୍ଗୁ ରୋଗରୁ ସୁସ୍ଥ ହୋଇଛନ୍ତି ।

ଗତ ଜୁଲାଇ ମାସରେ ବାଂଲାଦେଶରେ ମୋଟ୍ ୯ ହଜାର ୪୦୪ ମାମଲା ସାମ୍ନାକୁ ଆସିଥିବାବେଳେ ୪୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମାତ୍ର ଅଗଷ୍ଟ ମାସରେ ୩୩ ହଜାର ୫୭୯ ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ ମୋଟ୍ ୧୪୭ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଦେଶରେ ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ଡେଙ୍ଗୁ ପ୍ରକୋପ ଜାରି ରହିବ ବୋଲି ସୂଚନା ମିଳିଛି ।

 

 

Comments are closed.