Latest Odisha News

‘ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପ କିଛି ଅଧିକାରୀ ଫଟୋ ଉଠାଇଲେ ଆଗେଇବନି’

ଭୁବନେଶ୍ୱର: ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପକୁ ନେଇ ଓଡ଼ିଶାର ବିଜେଡି ସରକାରକୁ କଟାକ୍ଷ କରି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଦାବି କରିଛନ୍ତି ଯେ, ଏହାର କାର୍ଯ୍ୟକାରିତା ପାଇଁ ରାଜ୍ୟ ଏପର୍ଯ୍ୟନ୍ତ ଉପଯୁକ୍ତ ପଦକ୍ଷେପ ନେଇନାହିଁ।

ଭୁବନେଶ୍ୱରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଏକ କାର୍ୟ୍ୟକ୍ରମରେ ଯୋଗ ଦେଇ ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟ ଓ କେନ୍ଦ୍ରର ସଠିକ୍ ସହଯୋଗରେ ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେବାର ଆବଶ୍ୟକତା ରହିଛି। ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସମନ୍ୱୟ ରକ୍ଷା କରି ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ବିଭିନ୍ନ ରାଜ୍ୟରେ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ଦର୍ଶାଇ କେନ୍ଦ୍ର ସହ ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ କରାଯାଉଛି ବୋଲି ଧର୍ମେନ୍ଦ୍ର କହିଛନ୍ତି। ତେବେ ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପ ଆରମ୍ଭ କରିବା ନେଇ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ସହ କୌଣସି ଆଲୋଚନା କରିନାହାନ୍ତି ବୋଲି ସେ କହିଛନ୍ତି।

ଏଭଳି ଏକ ପ୍ରକଳ୍ପ କେବଳ ଚାରିରୁ ପାଞ୍ଚ ଜଣ ସରକାରୀ ଅଧିକାରୀଙ୍କ ପ୍ରସ୍ତାବିତ ସ୍ଥାନକୁ ଗସ୍ତ କରି ଫଟୋ ଉଠାଇବା ଦ୍ୱାରା କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ବିଜେପିର ଏହି ବରିଷ୍ଠ ନେତା କହିଛନ୍ତି। ପ୍ରକଳ୍ପ ପାଇଁ ମାଟି ପରୀକ୍ଷା ପଦକ୍ଷେପ ଆରମ୍ଭ କରିବା ଯଥେଷ୍ଟ ନୁହେଁ ବୋଲି ସେ ଏହି ଅବସରରେ କହିଛନ୍ତି।

Comments are closed.