ଇସଲାମବାଦ: କୁଖ୍ୟାତ ଆତଙ୍କବାଦୀ ୟାସିନ ମଲିକଙ୍କ ପତ୍ନୀ ମୁଶାଲ ହୁସେନ ପାକିସ୍ତାନର ମନ୍ତ୍ରୀ ହେବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ ପାଇଛି । କାମଚଳା ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକରଙ୍କ ସରକାରରେ କାର୍ଯ୍ୟବାହକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ପାରନ୍ତି । ମାନବଧିକାର କାର୍ଯ୍ୟରେ ସେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଦାତା ହେବେ । ୟାସିନ ଏବେ ଗିରଫ ହୋଇ ଭାରତ ଜେଲରେ ଅଛନ୍ତି । ସେ ଗିରଫ ହେବା ପରଠାରୁ ମୁଶାଲ ଭାରତ ବିରୋଧରେ ବିବାଦୀୟ ବୟାନ ଦେଇ ଆସିଛନ୍ତି । ୨୦୦୯ରେ ୟାସିନ ଓ ମୁଶାଲ ଇସଲାମବାଦରେ ବିବାହ କରିଥିଲେ । ୨୦୧୫ ପରଠାରୁ ସେ ଭାରତ ଆସି ନାହାନ୍ତି ।
ମୁଶାଲ ପାକିସ୍ତାନ ସରକାରରେ ଦାୟିତ୍ୱ ଗ୍ରହଣ କଲେ ଭାରତ ବିରୋଧରେ ବିଷ ଉଗାଳିବା ସହ ୟାସିନଙ୍କ ସପକ୍ଷରେ ସମର୍ଥନ ଜୁଟାଇବା ପାଇଁ ଉଦ୍ୟମ କରିବେ ବୋଲି ଆଶଙ୍କା କରାଯାଉଛି । ସେ ଏବେ ପିସ ଆଣ୍ଡ କଲଚର ଅର୍ଗାନାଇଜେସନର ଚେୟାରପର୍ସନ ଅଛନ୍ତି । ପ୍ରଥମେ ସେ ଆର୍ଟିଷ୍ଟ ଥିଲେ । ୟାସିନଙ୍କ ସହ ବିବାହ ପରେ ସେ ହ୍ୟୁମାନ ରାଇଟ ଆକ୍ଟିଭିଷ୍ଟ କାର୍ଯ୍ୟ ତୁଲାଉଛନ୍ତି ।
Comments are closed.