ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୨ରୁ କଂଗ୍ରେସ ଆରମ୍ଭ କରିବ ଦ୍ଵିତୀୟ ପର୍ଯ୍ୟାୟ ଭାରତ ଯୋଡ ଯାତ୍ରା । ଗୁଜୁରାଟର ପୋର ବନ୍ଦରରୁ ଆରମ୍ଭ ହେବ ଏହି ଯାତ୍ରା । ତେବେ ଦ୍ଵିତୀୟ ପର୍ଯ୍ୟାୟରେ ରାହୁଲ ଗାନ୍ଧୀଙ୍କ ପୁରା ଫୋକସ୍ ଉତ୍ତରପ୍ରଦେଶରେ ରହିବ । ୮୦ ଲୋକସଭା ଆସନ ବିଶିଷ୍ଟ ଏହି ରାଜ୍ୟରେ ରାହୁଲ ୫ ରୁ ୧୦ ଦିନ ଯାତ୍ରା କରିପାରନ୍ତି ବୋଲି ଯୁଜନା ରହିଛି । ତେବେ ଏହି ଯାତ୍ରା ପୂର୍ବାଞ୍ଚଳ ଦେଇ ଯିବା ନେଇ ସୂଚନା ମିଳିଛି ।
ଏହି ଯାତ୍ରା ଦ୍ଵାରା କଂଗ୍ରେସ୍ ଲୋକସଭାର ୨୩ସିଟ୍ ଆସନ ଅକ୍ତିଆର କରିବାକୁ ଉଦ୍ୟମ କରିବ । ଏଥର ଭାରତ ଯୋଡ ଯାତ୍ରାରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଜୟନ୍ତ ଚୌଧୁରୀଙ୍କ ସମେତ ଉତ୍ତରପ୍ରଦେଶର ବରିଷ୍ଠ ତଥା ପ୍ରମୁଖ ନେତା ମାନେ ସାମିଲ ହୋଇପାରନ୍ତି । ତେବେ ୟୁପିରେ କେଉଁ କେଉଁ ସ୍ଥାନ ଦେଇ ଏହି ଯାତ୍ରା ଯିବ ତାହା ସ୍ପଷ୍ଟ ହୋଇନାହିଁ । ୟୁପି ପରେ ବିହାର, ପଶ୍ଚିମବଙ୍ଗ, ଆସାମ ଯିବା ସହ ଅରୁଣାଚଳ ପ୍ରଦେଶର ପର୍ଶୁରାମ କୁଣ୍ଡ ନିକଟରେ ଯାତ୍ରା ଶେଷ ହୋଇପାରେ । ଯାତ୍ରାର ବିସ୍ତୃତ ମ୍ୟାପ ପ୍ରସ୍ତୁତ କରାଯାଉଥିବା ୟୁପିର କଂଗ୍ରେସ ମୁଖପାତ୍ର ଅଭିମନ୍ୟୁ ତ୍ୟାଗୀ କହିଛନ୍ତି ।
Comments are closed.