Latest Odisha News

ରାଜ୍ୟପାଳଙ୍କ ଦ୍ୱାରା ପର୍ବତ ଆରୋହଣକାରୀ ସୌଭାଗ୍ୟ ରଥ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପର୍ବତ ଆରୋହଣକାରୀ ସୌଭାଗ୍ୟ କୁମାର ରଥଙ୍କୁ ଉତ୍ତରୀୟ ପ୍ରଦାନ କରି ଶୁଭେଚ୍ଛା
ଜଣାଇଛନ୍ତି। ୭୭ତମ ସ୍ୱାଧୀନତା ଦିବସ ପୂର୍ବରୁ ସୌଭାଗ୍ୟ ରଥ ୟୁରୋପ ଓ ଋଷ୍‌ର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରସ୍‌ ପର୍ବତ (୫୬୪୨ ମିଟର) ଆରୋହଣ କରି ଭାରତର ଜାତୀୟ ପତାକା ଉଡ଼ାଇଥିଲେ।

ଏହି ସଫଳତା ପାଇଁ ମହାମାନ୍ୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ। ନୟାଗଡ଼ର ଗୌରବ ଆଇରନ୍‌ ମ୍ୟାନ୍‌ ଓ ପର୍ବତାରୋହୀ ସୌଭାଗ୍ୟ କୁମାର ରଥ ମାଉଣ୍ଟ୍‌ ଏଲବ୍ରସ୍‌ ଚଢ଼ି ଇତିହାସ ସୃଷ୍ଟି କରିଛନ୍ତି। ଏହି ଅବସରରେ ପର୍ବତ ଆରୋହଣକାରୀ ସୌଭାଗ୍ୟ ରଥ ତାଙ୍କ ଧର୍ମପତ୍ନୀ ଡ. ସାଗରିକା ମିଶ୍ର ଓ ଶ୍ୱଶୁର ସତ୍ୟପ୍ରିୟ ମିଶ୍ରଙ୍କ ସମେତ ସୂଚନା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.