Latest Odisha News

BREAKING NEWS

ଶିକ୍ଷକ-ସିଆରସିସିଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ: ପିଲାଙ୍କ ସାମ୍ନାରେ ହାତାହାତି, ଭିଡିଓ ଭାଇରାଲ

ଚାନ୍ଦବାଲି: ଚାନ୍ଦବାଲି ବ୍ଲକ ମାଣିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  । ରାସ୍ତା ମଝିରେ ସିଆରସିସି ଓ ପ୍ରଧାନ ଶିକ୍ଷକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି  । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି  । ସ୍କୁଲରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ମାଣିପୁର ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମେନ୍ଦ୍ର ମହାନ୍ତି ଏବଂ  ସିଆରସିସି ଲମ୍ବୋଦର ସାହୁ ରାସ୍ତା ମଝିରେ ଟଣା ଘୋଷରା ହେବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ହେଉଥିବା ଦେଖିବାକୁ ମିଳିଛି।

ରାସ୍ତା ମଝିରେ ଖଣ୍ଡଯୁଦ୍ଧ ଦେଖିବାକୁ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ବାଟୋଇ ଦେଖଣାହାରୀ ସାଜିଥିଲେ । ତେବେ ଏହି ଘଟଣାକୁ  ଅଭିଭାବକ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି । ସେପଟେ ଉକ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ବାରମ୍ବାର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରାଯାଇଛି  । ହେଲେ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଇନଥିବା ସୂଚନା ମିଳିଛି । ସମ୍ପୃକ୍ତ ଶିକ୍ଷକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଭାବକ ମାନେ ଦାବି କରିଛନ୍ତି।

Comments are closed.