Latest Odisha News

BREAKING NEWS

ବିକ୍ରି ହେବ ସୁଶାନ୍ତ ସିଂ ରାଜପୁତ ରହୁଥିବା ଫ୍ଲାଟ; ବଲିଉଡର ଏହି ଅଭିନେତ୍ରୀ କିଣିବେ ଘର

ମୁମ୍ବାଇ:ଯଦିଓ ବଲିଉଡକୁ ଆସିବା ତାଙ୍କର ଅନେକ ଦିନ ହୋଇଗଲାଣି ତେବେ ନିକଟରେ ରିଲିଜ ହୋଇଥିବା ‘ଦ କେରଳ ଷ୍ଟୋରି’ ତାଙ୍କୁ ଦେଇଥିଲା ପ୍ରକୃତ ପରିଚୟ । ହଁ, ଆମେ ଅଦା ଶର୍ମାଙ୍କ କଥା କହୁଛୁ । ସେଇ ଅଦା ଶର୍ମା ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏଥର କୌଣସି ଫିଲ୍ମ ପାଇଁ ନୁହେଁ, ବରଂ ତାଙ୍କର ନୂଆ ଘର ପାଇଁ ବେଶ୍ ଚର୍ଚ୍ଚାକୁ ଆସିଛନ୍ତି ଅଦା ।

ଅଦା ଶର୍ମା ତାଙ୍କର ଫିଲ୍ମ ହିଟ ହେବା ପରେ କିଣିବେଏକ ଲଗଜୁରିୟସ ଫ୍ଲାଟ । ଆଉ ସେହି ଘରକୁ କିଣିବେ ଯେଉଁ ଘରେ ମୃତ୍ୟୁ ପୂର୍ବରୁ ରହୁଥିଲେ ସୁଶାନ୍ତ ସିଂ ରାଜପୁତ । ଏହି ଘରୁ ୨୦୨୦ ରେ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସେହିଦିନଠାରୁ ଏହି ଘରେ ନା କେହି ରହିବାକୁ ଚାହୁଁଥିଲେ ନା କିଏ ଏହାକୁ କିଣିବାକୁ ଚାହୁଁଥିଲେ । ହେଲେ ଅଦା ଶର୍ମା ଏହି ଘର କିଣିବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି ।

ମିଳିଥିବା ସୂଚନା ଅନୁସାରେ, ଏହି ଘରକୁ ସୁଶାନ୍ତ ସିଂ ରାଜପୁତ କିଣି ନଥିଲେ । ବରଂ ସମୁଦ୍ର ଉପକୂଳକୁ ମୁହଁ କରିଥିବା ଏହି ଡୁପ୍ଲେକ୍ସ ଆପାର୍ଟମେଣ୍ଟକୁ ସେ ଭଡାରେ ନେଇଥିଲେ । ଏହି ଘର ପାଇଁ ସୁଶାନ୍ତ ସିଂ ମାସକୁ ସାଢେ ୪ ଲକ୍ଷ ଟଙ୍କା ଭଡା ଆକାରରେ ଦେଉଥିଲେ । ହେଲେ ୨୦୨୦ ଜୁନ ୧୪ ତାରିଖରେ ଏହି ଘରୁ ତାଙ୍କୁ ମୃତ ଉଦ୍ଧାର କରାଯାଇଥିଲା ।

ପ୍ରଥମେ କୁହାଯାଉଥିଲା ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି । ପରେ ତାଙ୍କ ମୃତ୍ୟୁକୁ ନେଇ ଅନେକ କଥା ଶୁଣିବାକୁ ମିଳିଥିଲା । ସୁଶାନ୍ତଙ୍କ ମୃତ୍ୟୁ ପରେ ଏହି ଫ୍ଲାଟକୁ ନେବା ପାଇଁ ଲୋକ ରାଜି ହେଉ ନ ଥିଲେ । ପରେ କୁହାଗଲା ଯେ ଏହି ଘରର ରେଟ ଖୁବ ବଢି ଯାଇଛି । କାରଣ ଅନେକ ଲୋକ ଏହାକୁ ନେବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଶେଷରେ ଅଦା ଶର୍ମା ଏହି ଘର କିଣିବେ ବୋଲି ଏବେ ଜାଣିବାକୁ ମିଳିଛି । ଅବଶ୍ୟ ଅଦାଙ୍କ ପକ୍ଷରୁ  ଏ ନେଇ ସ୍ପଷ୍ଟ କିଛି କୁହାଯାଇ ନାହିଁ ।

ଅଦା ଶର୍ମା ୨୦୦୮ରେ ବଲିଉଡରେ ଡେବ୍ୟୁ କରିଥିଲେ । ଫିଲ୍ମଟି ଥିଲା ୧୯୨୦ । ଏହା ଏକ ହରର ଫିଲ୍ମ । ଏହା ପରେ ଅଦା ‘ ହଁସି ତୋ ଫସି, କମାଣ୍ଡୋ ୨, କମାଣ୍ଡୋ ୩ ପରି ଅନେକ ଫିଲ୍ମରେ ଅଭିନୟ କରିଥିଲେ । ତେବେ ଅଳ୍ପ ଦିନ ତଳେ ରିଲିଜ ହୋଇଥିବା ଦ କେରଳ ଷ୍ଟୋରି ତାଙ୍କୁ ପ୍ରକୃତ ଫେମ ଦେଇଥିଲା ।

Comments are closed.