Latest Odisha News

ଏମିତି ଗାଁ, ଯେଉଁଠି ପୁରୁଷଙ୍କୁ ଭିନ୍ନ ଭିନ୍ନ ଟ୍ୟୁନ୍‌ରେ ସିଟି ବଜାଇ ଡ଼ାକନ୍ତି ମହିଳା

ମେଘାଳୟ: ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କ ନାଁରୁ ହିଁ ପରିଚିତ ହୋଇଥାନ୍ତି । ଦୁନିଆର ଯେକୌଣସି ସ୍ଥାନକୁୁ ଯାଆନ୍ତୁ, ଆପଣ ପ୍ରତ୍ୟେକ ବ୍ୟକ୍ତିଙ୍କ ଭିନ୍ନ ନାମ ପାଇବେ । ଏହି ନାମ ହେଉଛି ତାଙ୍କର ପରିଚୟ । ଜନ୍ମ ପରେ ପରିବାର ଲୋକେ ପ୍ରଥମେ ନିଜ ସନ୍ତାନର ନାମ ରଖିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଭାରତରେ ଏପରି ଏକ ଗାଁ ଅଛି, ଯେଉଁଠାରେ କେହି କାହାର ନାଁ ଧରି ଡାକନ୍ତି ନାହିଁ ମହିଳା । ଏବେ ଆପଣ ଭାବୁଥିବେ ଯଦି ନାଁ ନ ଧରିବ ତେବେ ଡାକିବ କେମିତି? ତେବେ ଏଠାକାର ମହିଳାମାନେ ସମସ୍ତେ ଭିନ୍ନ ଟ୍ୟୁନ୍‌ରେ ସିଟି ବଜାଇ ପୁରୁଷଙ୍କୁ ଡାକିଥାନ୍ତି ।

ଏହି ଅନନ୍ୟ ଗାଁ ଭାରତର ମେଘାଳୟରେ ରହିଛି । ପୂର୍ବ ଜିଲାର ଖାସି ହିଲର କାଙ୍ଗଥାନ ଗ୍ରାମ ଏଠାରେ ଅବସ୍ଥିତ । ଏହି ଗାଁକୁ ହ୍ୱିସିଲିଂ ଗ୍ରାମ ମଧ୍ୟ କୁହାଯାଏ । ଏଠାରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଦୁଇଟି ନାଁ ରହିଛି । ଗୋଟିଏ ହେଉଛି କାଗଜପତ୍ରରେ ଲେଖିବା ପାଇଁ ସାଧାରଣ ନାଁ ଏବଂ ଅନ୍ୟଟି ହେଉଛି ଟ୍ୟୁନ୍ । ଯେତେବେଳେ ବି ଏହି ଗାଁରେ କେହି ଜନ୍ମ ହୁଅନ୍ତି, ତାଙ୍କ ନାମରେ ଏକ ଅଲଗା ଟ୍ୟୁନ୍ ତିଆରି ହୁଏ । ପ୍ରଥମେ ମା’ ତାଙ୍କୁ ଏକ ନୂଆ ଟ୍ୟୁନ୍ ଶୁଣାନ୍ତି । ଧୀରେ ଧୀରେ ପିଲାଟି ତାର ନାମର ସ୍ୱରକୁ ଚିହ୍ନି ଯାଇଥାଏ । ପରେ ସମାନ ସ୍ୱରରେ ପ୍ରତିକ୍ରିୟା ଆରମ୍ଭ କରେ ।

ବାସ୍ତବରେ ଏହି ଗ୍ରାମଟି ପର୍ବତ ଦ୍ୱାରା ଘେରି ରହିଛି । ଏପରି ପରିସ୍ଥିତିରେ ଯେତେବେଳେ ହ୍ୱସିଲ୍ ବଜାଯାଏ, ଏହା ପର୍ବତରୁ ପ୍ରତିଧ୍ୱନିତ ହୁଏ । ବହୁ ଦୂରରୁ ଶୁଣା ମଧ୍ୟ ଯାଏ । ବୈଜ୍ଞାନିକମାନେ ମଧ୍ୟ ଏହି ପଦ୍ଧତିକୁ ଠିକ୍ ବୋଲି କହିଛନ୍ତି । ପିଲାଟି ଜନ୍ମ ହେବା ମାତ୍ରେ ଏଠାକାର ଲୋକମାନେ ପକ୍ଷୀମାନଙ୍କର ଚିତ୍କାର ଅନୁଯାୟୀ ଏକ ନୂତନ ସ୍ୱର ପ୍ରସ୍ତୁତ କରନ୍ତି । ବର୍ତ୍ତମାନ ଏହି ଗାଁର ଲୋକମାନେ ମଧ୍ୟ ଟେକ୍ନୋଲୋଜିର ସମର୍ଥନ ନେବା ଆରମ୍ଭ କରିଛନ୍ତି । ସେମାନେ ନିଜ ନାମର ସ୍ୱରକୁ ମୋବାଇଲରେ ସେଭ୍ କରୁଛନ୍ତି ।

Comments are closed.