ମୁମ୍ବାଇ: ଠଗ୍ସ ଅଫ ହିନ୍ଦୋସ୍ତାନ ଓ ଲାଲ ସିଂ ଚଢ଼ା ଫ୍ଲପ ହେବା ପରେ ଅମୀର ଖାଁ କିଛି ଦିନ ପାଇଁ ଫିଲ୍ମରୁ ବ୍ରେକ ନେଇଥିଲେ । ଏବେ ଅମୀର ତାଙ୍କ ପ୍ରତ୍ୟାବର୍ତନ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ନିଜ ବ୍ୟାନର ଅମୀର ତାଙ୍କ ଆଗାମୀ ଫିଲ୍ମ ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି । ଖ୍ରୀଷ୍ଟମାସ ୨୦୨୪ରେ ଏହି ଫିଲ୍ମ ରିଲିଜ ହେବ ବୋଲି ସ୍ଥିର ହୋଇଛି । ସୂଚନାଯୋଗ୍ୟ, ଏହି ଦିନ ଅକ୍ଷୟ କୁମାର ଅଭିନୀତ ଫିରୋଜ ନାଡିୟାଡୱାଲାଙ୍କ ୱେଲକମ ଟୁ ଦି ଜଙ୍ଗଲ ମଧ୍ୟ ରିଲିକ ହେବ । ଯଦି ଏହା ହୁଏ ତେବେ ଦୁଇ ସୁପରଷ୍ଟାରଙ୍କ ଫିଲ୍ମ ମୁହାଁ ମୁହିଁ ହେବେ ।
ୱେଲକମ ଫ୍ରାଂଚାଇଜର ଏହି ପାର୍ଟରେ ଅକ୍ଷୟଙ୍କ ସହ ସଞ୍ଜୟ ଦତ, ଅର୍ଶାନ ୱାରସୀ, ସୁନୀଲ ଶେଟ୍ଟୀ, ଦିଶା ପାଟନୀ ଓ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଅଭିନୟ କରୁଛନ୍ତି । ଅମୀରଙ୍କ କମବ୍ୟାକ ଫିଲ୍ମର ନାମ ଘୋଷଣା କରାଯାଇ ନାହିଁ । ଅମୀରଙ୍କ ଫିଲ୍ମ ପ୍ରାୟତଃ ନିର୍ଦ୍ଧାରିତ ସମୟରେ ଶେଷ ହୋଇପାରୁ ନ ଥିବାରୁ ୱେଲକମ ଟୁ ଦି ଜଙ୍ଗଲ ସହ ମୁହାଁମୁହିଁ ହେବନି ବୋଲି ଆଶା କରାଯାଉଛି ।
Comments are closed.