ମୁମ୍ବାଇ: ବିଲଉଡର ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାୱନ୍ତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାକୁ ଆସିଥାଆନ୍ତି । କିଛି ଦିନ ହେବ ରାକ୍ଷୀ ସାୱନ୍ତ ଓ ତାଙ୍କ ସ୍ୱାମୀ ଆଦିଲ ଦୁର୍ରାନୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ଦୁହେଁ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ କରୁଛନ୍ତି । ମଙ୍ଗଳବାର ରାକ୍ଷୀ ମକ୍କା ମଦିନାରେ ଭୋ ଭୋ କାନ୍ଦି କାନ୍ଦି ନ୍ୟାୟ ମାଗୁଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଏହି ଭିଡ଼ିଓକୁ ରାକ୍ଷୀ ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ରାକ୍ଷୀ ମକ୍କା ମଦିନାରେ ବସିଛନ୍ତି । ସେ ଏକ ବୁର୍କା ପିନ୍ଧିଛନ୍ତି । ଆଉ ଆଦିଲ ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ନେଇ ଭୋଭୋ ହୋଇ କାନ୍ଦୁଛନ୍ତି । ଭିଡିଓରେ ରାକ୍ଷୀ କହୁଛନ୍ତି, ‘ମୁଁ କ’ଣ କରିବି ବଲିଉଡରେ ଷ୍ଟାର ହେବାପାଇଁ ତୁମେ ମୋ ସହ ମିଛରେ ବିବାହ କରିଛ । ହେ ଅଲ୍ଲାହ ମୋ ସହିତ ନ୍ୟାୟ ହେଉ । ଜଣେ ମହିଳାଙ୍କ ଜୀବନ ନଷ୍ଟ କରି ଦେଇଛି ଆଦିଲ । ହେ ଖୁଦା ମୁଁ ଆପଣଙ୍କ ପାଖକୁ ଦୁଃଖ ନେଇ ଆସିଛି । ମୋ ସହିତ ନ୍ୟାୟ ହେଉ ।
Comments are closed.