Latest Odisha News

BREAKING NEWS

ଭାରତର ଟ୍ରାଫିକରେ ଫସିବେ କି ଆମେରିକା ରାଷ୍ଟ୍ରପତି ? ଜି-୨୦ରେ ବାଇଡେନଙ୍କ କାରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଭାରତରେ ହେବାକୁ ଯାଉଛି ଜି-୨୦ ଶିଖର ସମ୍ମିଳନୀ ।ହୋଇଛି ବ୍ୟାପକ ବ୍ୟବସ୍ଥା । ବିଶ୍ୱର ବଡବଡ ହସ୍ତୀ ଏହି ସମ୍ମିଳନୀରେ ଯୋଗ ଦେବେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସମେତ ବହୁ ରାଷ୍ଟ୍ରମୁଖ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।  ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ ସବୁଠାରୁ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି ଜୋ ବାଇଡେନଙ୍କ ପାଇଁ ।

ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ତାଙ୍କର ନିଜ ପର୍ସନାଲ ସିକ୍ୟୁରିଟି ସମ୍ଭାଳିବେ । ତେବେ ତାଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବାଇଡେନଙ୍କ କାର ଯାହା ବାଇଡେନ ପହଞ୍ଚିବା ପୂର୍ବରୁ ଭାରତରେ ପହଞ୍ଚିଯିବ । ଏହା ଲେପ୍ଟ ହାଣ୍ଡ କାର ଯାହା ଭାରତୀୟ ଟ୍ରାଫିକ ବ୍ୟବସ୍ଥା ଅନୁସାରେ ମ୍ୟାଚ କରିବ ନାହିଁ ।

ସୂଚନାଥାଉ କି, ବାଇଡେନ ଯେତେବେଳେ ବି ଭାରତ ଆସନ୍ତି ତାଙ୍କ ନିଜସ୍ୱ କାର,ପ୍ଲେନ, ସିକ୍ୟୁରିଟି ଗାର୍ଡସ ନେଇ ଆସିଥାନ୍ତି । ହେଲେ ଏବେ ଚିନ୍ତା ତାଙ୍କ କାରକୁ ନେଇ । କାରଣ ତାଙ୍କ କାର ଲେପ୍ଟ ହାଣ୍ଡେଡ କାର । ଭାରତର ସବୁକାର ରାଇଟ ହାଣ୍ଡେଡ ହୋଇଥିବାରୁ ବାଇଡେନଙ୍କ କାର ଟ୍ରଫିକ ସମସ୍ୟାର ସମ୍ମୁଖୀନ ହେବା ନେଇ ଆଶଙ୍କା ପ୍ରକାଶ କରାଯାଉଛି ।

ହିନ୍ଦୁସ୍ଥାନ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଭାରତରେ ଲେଫ୍ଟହାଣ୍ଡେଡ କର ଚଳାଇବା ଆଇନ ବିରୁଦ୍ଧ । ଭାରତୀୟ ମୋଟର ବାହନ ଅଧିନିୟମ ଅନୁସାରେ ଦେଶରେ କୌଣସି ବ୍ୟକ୍ତି ଲେଫ୍ଟ ହାଣ୍ଡ କାର କିଣି ପାରିବେ ନାହିଁ । ଏ ପ୍ରକାର କାର ରେଜିଷ୍ଟ୍ରେସନ କରାଯାଇ ନ ଥାଏ । ଏପରିକି ଭାରତରେ ପବ୍ଲିକ ପ୍ଲେସରେ ଏପରି କାର ଚଲାଇବା ପାଇଁ ଅନୁମତି ନାହିଁ ।

ତେବେକିଛି ବିଶେଷ ସ୍ଥିତିରେ ଏହି କାର ଚଲାଇବାକୁ ଅନୁମତି ମିଳିଥାଏ । ଭାରତରେ କିଛି ଲୋକଙ୍କ ପାଖରେ ଲେଫ୍ଟ ହାଣ୍ଡେଡକାର ରହିଛି । ତେବେ କିଛି ସର୍ତ୍ତରେ ଏହି କାର ଚଲାଇବା ପାଇଁ ଅନୁମତି ମିଳିଥାଏ । ବାଇଡେନଙ୍କୁ ମଧ୍ୟ ସେଇ ସର୍ତ୍ତ ମାନିବାକୁ ପଡିବ । ବାଇଡେନ ଯେତେବେଳେ ନିଜ କାର ନେଇ ଭାରତ ଆସିଥାନ୍ତି ତାଙ୍କୁ ଏହି ସର୍ତ୍ତ ମାନିବାକୁ ପଡିଥାଏ  ।

Comments are closed.