Latest Odisha News

BREAKING NEWS

ପାକିସ୍ତାନ: ବନ୍ଧୁକ ଛାଇରେ ଚାଲିଛି ସାଧାରଣ ନିର୍ବାଚନ, ଆତ୍ମଘାତୀ ବିସ୍ଫୋରଣରେ ୩୧ ମୃତ

ନୂଆଦିଲ୍ଲୀ : ନୂଆ ସରକାର ଗଠନ ଲାଗି ପାକିସ୍ତାନରେ ଚାଲିଛି ସାଧାରଣ ନିର୍ବାଚନ । କ୍ୱେଟା ସହରରେ ଭୋଟ ଗ୍ରହଣ ଚାଲିଥିବା ବେଳେ ଏକ ପୋଲିଂ ବୁଥ ନିକଟରେ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୩୧ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏହି ବିସ୍ଫୋରଣରେ ଆଇ.ଏସ.ଆଇ.ଏସ ନିଜକୁ ଦାୟୀ କରିଥିବା ସୂତ୍ରରୁ ଜଣାପଡ଼ିଛି ।

ଏହି ନିର୍ବାଚନ ପୂର୍ବତନ ପାକିସ୍ତାନ କ୍ରିକେଟର ଇମ୍ରାନ ଖାନଙ୍କ ପାକିସ୍ତାନ ତେହରିକ-ଇ ଇନସାଫ (ପିଟିଆଇ) ଏବଂ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ମିଆଁ ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ ଲିଗ୍ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେଉଛି । କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ନୱାଜ ସରିଫ ଏବେ ଜେଲରେ ଅଛନ୍ତି ।

ପାକିସ୍ତାନର ୧୦କୋଟି ୬୦ ଲକ୍ଷ ପଞ୍ଜିକୃତ ଭୋଟର ଏହି ସାଧାରଣ ନିର୍ବାଚନରେ ସେମାନଙ୍କର ମତଦାନ କରିବେ । ଆଜି ସକାଳ ୮ଟା ବେଳୁ ମତଦାନ ଆରମ୍ଭ ହୋଇଛି ଏବଂ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ନିର୍ବାଚନ ଫଳାଫଳ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିବ ।

ପାକିସ୍ତାନରେ ଅନୁଷ୍ଠିତ ହେଉଥିବା ଏହି ସାଧାରଣ ନିର୍ବାଚନରେ ଆତଙ୍କବାଦୀ ଗୋଷ୍ଠୀ ବିଶୃଙ୍ଖଳା ସୃଷ୍ଟି କରିବା ଆଶଙ୍କା ରହିଛି । ଭାରତ ଏହି ନିର୍ବାଚନ ଉପରେ କଡ଼ା ନଜର ରଖିଛି ।

Leave A Reply

Your email address will not be published.