Latest Odisha News

BREAKING NEWS

ଗାଜିଆବାଦରେ ଛାତିଥରା ହତ୍ୟାକାଣ୍ଡ: କୋର୍ଟରେ ଓକିଲଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ଉତ୍ତର ପ୍ରଦେଶ:  ଗାଜିଆବାଦ ସିହାନିଗେଟ୍‌ ଥାନା ଅଞ୍ଚଳରେ ଛାତିଥରା ହତ୍ୟାକାଣ୍ଡ ଘଟିଛି। କୋର୍ଟରେ ପଶି କିଛି ଦୁର୍ବୃତ୍ତ ଜଣେ ଓକିଲଙ୍କୁ ହତ୍ୟା କରିଛନ୍ତି। ଓକିଲ ନିଜ ଚ୍ୟାମ୍ବରରେ ବସିଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି ମାରିଥିଲେ। ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ପୋଲିସର ସୂଚନା ମୂତାବକ ଓକିଲ ଜଣଙ୍କ ନିଜ ଚ୍ୟାମ୍ବରରେ ବସିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଚ୍ୟାମ୍ବର ଭିତରେ ପଶିଥିଲେ  । ଏବଂ ଓକିଲଙ୍କ କାନ ପାଖକୁ ଗୁଳି ମାରିଥିଲେ। ଗୁଳିମାଡ଼ ପରେ ଓକିଲ ଜଣଙ୍କ ସେହି ସ୍ଥାନରେ ଟଳି ପଡିଥିଲେ ।

ସେପଟେ ଘଟଣା ଘଟିବା ପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର୍‌ ହୋଇଯାଇଥିଲେ। ଏହାପରେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଓକିଲଙ୍କୁ ହତ୍ୟା କରାଯାଇଥିବା ଦେଖିବାକୁ ପାଇଥିଲେ । ଓକିଲଙ୍କ ହତ୍ୟା ହୋଇଥିବାର ଦେଖିବାକୁ ପାଇଥିଲେ। ଏ ନେଇ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ମିଳିବା ପରେ ପୋଲିସ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୋଲିସ ସ୍ଥାନୀୟ ଲୋକଙ୍କୁ ମଧ୍ୟ ପଚରାଉଚରା କରୁଛି। ପୋଲିସ ଦୁର୍ବୃତ୍ତମାନଙ୍କୁ ଖୋଜିବା ପାଇଁ ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି। ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

Comments are closed.