Latest Odisha News

ଅଭୁଲା ଗୀତ : ଜୋଛନା ଲୁଚନା

ଗାୟନ : ନିର୍ମଳା ମିଶ୍ର

ସଙ୍ଗୀତ :  ବାଳକୃଷ୍ଣ ଦାଶ

ଗୀତ :  ନାରାୟଣ ପ୍ରସାଦ ସିଂହ

ଚଳଚ୍ଚିତ୍ର : ଅଦିନ ମେଘ

ଜୋଛନା ଲୁଚନା

 

ଜୋଛନା ଲୁଚନା, ଦୂର ନୀଳ ଗଗନେ

ଏ ମନ ମନେନା, ଏଇ ମଧୁ ଲଗନେ

ଜୋଛନା ଲୁଚନା , ଲୁଚନା

 

ସମୀରେ ସୁରଭି ଭରା

ଆକାଶେ ବିଳାସୀ ତାରା

ସମୀରେ ସୁରଭି ଭରା

ଆକାଶେ ବିଳାସୀ ତାରା

ଚାହିଁଚାହିଁ ଆନମନା

ଆଖି ହୁଏ ନିଦହରା

ଗୀତି ସୁରେ, ମନ ଝୁରେ

ଗୀତି ସୁରେ, ମନ ଝୁରେ

ହଜିଯାଏ ସପନେ

ଜୋଛନା ଲୁଚନା, ଲୁଚନା, ଲୁଚନା

 

ବକୁଳ ଆକୂଳେ ଝୁର

ସକାଳେ ଅକାଳେ ଝରେ

ବକୁଳ ଆକୂଳେ ଝୁରେ

ସକାଳେ ଅକାଳେ ଝରେ

ବିରହ ବାସର ରାତି

ସାରା ନିଶି ଅଭିସାରେ

ନୀଳକଇଁ ରହେ ଚାହିଁ

ନୀଳକଇଁ ରହେ ଚାହିଁ

ନିତି ନିତି ମୋ ମନେ

ଜୋଛନା ଲୁଚନା

ଦୂର ନୀଳ ଗଗନେ

ଜୋଛନା ଲୁଚନା, ଲୁଚନା

Comments are closed.