ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଭାଷା ସହିତ ଲାଖିଥାଏଁ
ଶବ୍ଦ ଅକ୍ଷର ଦେଖାଯାଏ
କ୍ଷଣ କ୍ଷଣକେ ନୂଆ ରୂପ
ଅଗଣନୀୟ ବର୍ଣସ୍ତୂପ
ମନରେ ହୋଇ ଆତଯାତ
କରଂତି ସର୍ବଦା ଚକିତ
ଏତେ ସମୃଦ୍ଧିଶାଳୀ ହୋଇ
କିପାଁ ନିଷ୍କ୍ରିୟ ହେବି ମୁହିଁ ?
ଏ ପ୍ରଶ୍ନ ଉଠେ ବାରଂବାର
କର୍ମ ହିଁ ଏହାର ଉତ୍ତର
ତେଣୁ ମୁଁ ମନକଥା ଲେଖି
ଯାଉଛିଁ ଆଗ ପାଇଁ ରଖି
ଆଦେଶ କିଂବା ଉପଦେଶ
ନ ଦେଇ, ଦିଏଁ ମୁଁ ସଂଦେଶ
ଏଠାରେ ଯଶ-ପୁଷ୍ଟ ଜନ
ଦିଅଂତିନାହିଁ ମୋଟେ ଧ୍ୟାନ
ପ୍ରତ୍ୟେକେ ନିଜ ରୁଚି ଧରି
ହୋଇଲେ ଭାଷା ବ୍ୟବହାରୀ
ଘଟିବ ଭାବ-ଅଂକୁରଣ
ସମାଜ ହେବ ସୁଖେ ପୂର୍ଣ
କରିବାନାହିଁ ମୂଲ୍ୟାୟନ
ଆନଂଦେ ଜିଇଁବା ଜୀବନ
ହେବା ସ୍ବଭାଷା ପ୍ରଚାରକ
ହେବାନି କେବେ ବିଚାରକ
Comments are closed.