Latest Odisha News

BREAKING NEWS

ନିଜର ପାରିଶ୍ରମିକରୁ ୧୦୦ ପ୍ରଶଂସକଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଦେବେ ବିଜୟ

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଯାଇଛି ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ସାମନ୍ଥା ରୁଥ୍ ପ୍ରଭୁଙ୍କ ଅଭିନୀତ ଫିଲ୍ମ ‘ଖୁସି’ । ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ ରୋଜଗାର କରୁଛି । ଏଥିରେ ବିଜୟ ଓ ସାମନ୍ଥାଙ୍କ ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଫିଲ୍ମର ସଫଳତାକୁୁ ନେଇ ବିଜୟ ବହୁତ ଖୁସି ଥିବା କୁହାଯାଉଛି । ନିଜ ଖୁସିକୁ ଜାହିର କରିବା ପାଇଁ ସେ ତାଙ୍କ ପ୍ରଶଂସକଙ୍କୁ ବଡ଼ ଉପହାର ଦେବେ ବୋଲି କହିଛନ୍ତି । ଏହି ଫିଲ୍ମର ପାରିଶ୍ରମିକରୁ ୧ କୋଟି ଟଙ୍କା ତାଙ୍କ ପ୍ରଶଂସକଙ୍କୁ ଦେବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ନିକଟରେ ବିଶାଖାପାଟନମରେ ଆୟୋଜିତ ହୋଇଥିଲା ଫିଲ୍ମ ଖୁସିର ପ୍ରଚାର କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଅଭିନେତା ବିଜୟ ଦେବରକୋଣ୍ଡା ଯୋଗ ଦେଇଥିଲେ । ଏଥିରେ ବିଜୟ ମଞ୍ଚରେ ଫିଲ୍ମ ‘ଖୁସି’ର ସଫଳତାକୁ ନେଇ ଖୁସିବ୍ୟକ୍ତ କରୁଛନ୍ତି । ଏଥିସହ ଏହି ଫିଲ୍ମରୁ ମିଳିଥିବା ପାରିଶ୍ରମିକରୁ୧ କୋଟି ଟଙ୍କା ପ୍ରଶଂସକଙ୍କୁ ଦାନ କରିବେ ବୋଲି କହିଛନ୍ତି । ଏଥିଲାଗି ସେ ଅନଲାଇନ୍ ଫର୍ମ ମାଧ୍ୟମରେ ୧୦୦ ପରିବାର ଚୟନ କରିବେ ଏବଂ ପ୍ରତ୍ୟେକ ପରିବାରକୁ ୧ଲକ୍ଷ ଟଙ୍କା ଦେବେ । ବିଜୟଙ୍କ ଏପରି ଉଦ୍ୟମକୁ ତାଙ୍କର ପ୍ରଶଂସକମାନେ ବେଶ୍ ପ୍ରଶଂସା କରିଛନ୍ତି ।

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ, କାର୍ଯ୍ୟକ୍ରମରେ ବିଜୟ କହୁଛନ୍ତି ଆପଣ ଖୁସି, ତେଣୁ ମୁଁ ମଧ୍ୟ ଖୁସି । ଏହି ଖୁସିକୁ ପାଳନ କରିବାକୁ, ମୁଁ ଏକ ସ୍ୱତନ୍ତ୍ର ଯୋଜନା କରୁଛି ଏବଂ ଏହା ଠିକ୍ କି ଭୁଲ୍ ମୁଁ ଜାଣେ ନାହିଁ । ଯଦି ମୁଁ ଏହା କରିବି ନାହିଁ, ତେବେ ମୁଁ ଶୋଇ ପାରିବି ନାହିଁ । ମୁଁ ମୋ ପାରିଶ୍ରମିକରୁ ୧କୋଟି ଟଙ୍କା ଖୁସିରେ ଦେବାକୁ ଚାହେ । ‘ସ୍ପ୍ରେଡିଙ୍ଗ ଖୁସି’ କିମ୍ବା ‘ଦେବରା ଫ୍ୟାମିଲ’ କ୍ୟାପସନ୍ ଦେଇ ମୁଁ ସୋସିଆଲ ମିଡିଆରେ ଏକ ଫର୍ମ ଦେବି । ଯଦି କାହାକୁ ଭଡା ଏବଂ ସ୍କୁଲ ଫି ଦେବାକୁ ସମସ୍ୟା ହେଉଛି, ସେମାନେ ୧ଲକ୍ଷ ଟଙ୍କା ପାଇଁ ଆବେଦନ କରିପାରିବେ ।

Comments are closed.