ମୁମ୍ବାଇ: ସୋମବାର ଦିବଂଗତ ଅଭିନେତା ଋଷି କପୁରଙ୍କ ୭୧ତମ ଜନ୍ମବାର୍ଷିକୀ ଥିଲା । ତାଙ୍କ ଜନ୍ମଦିନକୁ ପରିବାର ସଦସ୍ୟ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ତାଙ୍କ ସ୍ତ୍ରୀ ନୀତୁ କପୁର, ଝିଅ ରିଦ୍ଧିମରଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ । ହେଲେ ଶ୍ୱଶୁରଙ୍କୁ ମନେପକାଇ ଭାବବିହ୍ୱଳ ହୋଇପଡ଼ିଲେ ଅଭିନେତ୍ରୀ ଆଲିଆ ଭଟ୍ଟ । ଆଲିଆ ସୋସିଆଲ ମିଡିଆରେ ଶ୍ୱଶୁର ଋଷି କପୁରଙ୍କ ଏକ ଫଟୋ ସେୟାର କରି ଭାବବିହ୍ୱଳ ହୋଇଥିଲେ । ଏହି ଫଟୋଟି ଥିଲା ଆଲିଆଙ୍କ ବିବାହ ସମୟର । ଏଥିରେ ରଣବୀର କପୁର ହାତରେ ଋଷିଙ୍କ ଫଟୋ ଧରିଥିବା ନଜର ଆସୁଛି । ଫଟୋକୁ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି, ଆପଣ ସବୁବେଳେ ଆମମାନଙ୍କ ସହ ଥିଲେ, ଏବେ ଅଛନ୍ତି, ଆଗକୁ ବି ରହିବେ… । ହାପି ବାର୍ଥ ଡ଼େ… । ଆଲିଆଙ୍କ ଏହି ପୋଷ୍ଟକୁ ତାଙ୍କ ପ୍ରଶଂସକମାନେ ବେଶ୍ ପସନ୍ଦ କରିଛନ୍ତି ।
୨୦୨୦ ମସିହାରେ ଋଷି କପୁରଙ୍କ ପରଲୋକ ହୋଇଥିଲା । ତାଙ୍କୁ ହରାଇ ପରିବାର ଲୋକେ ପୁରା ଭାଙ୍ଗି ପଡ଼ିଥିଲେ । ପରେ ଆଲିଆ ବିବାହ କରି ତାଙ୍କ ଘରକୁ ଆସିଥିଲେ । ଏବେ ତାଙ୍କର ଝିଅ ଉକ୍ତ ଖୁସିକୁ ଦ୍ୱିଗୁଣିତ ମଧ୍ୟ କରିଛି । ଏସବୁ ମଧ୍ୟରେ ପରିବାର ଋଷିଙ୍କୁ ସବୁବେଳେ ମନେ ପକାଇଛନ୍ତି ।
Comments are closed.