Latest Odisha News

BREAKING NEWS

ଅପରାଧ ନିୟନ୍ତ୍ରଣ ପାଇଁ ସ୍ମାର୍ଟ ହେଉଛି ଭୁବନେଶ୍ୱର ଡିସିପିଙ୍କ ଅଫିସ, ବର୍ଷକରେ ସରିବ ନିର୍ମାଣ କାମ

ଭୁବନେଶ୍ୱର: ରାଜଧାନୀ ବାଣୀବିହାର ଛକରେ ଥିବା ଭୁବନେଶ୍ୱର ଡିସିପିଙ୍କ ଅଫିସ ଚମକିବ। ଅତ୍ୟାଧୁନିକ ଭିତ୍ତିଭୂମି ସହ ଏହି ନୂଆ ମୁଖ୍ୟାଳୟ କୋଠା ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚାରି ମହଲା କୋଠା ଏକ ସ୍ମାର୍ଟ କାର୍ଯ୍ୟାଳୟ ହେବ। ଯେଉଁଥିରେ ସହରରେ ବଢ଼ୁଥିବା ଅପରାଧର ମୁକାବିଲା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ରହିବ।

ନୂଆ ଅଫିସ ହେଲେ ସାଧାରଣ ଜନତାଙ୍କ ପ୍ରତି ପୋଲିସର ପ୍ରତିକ୍ରିୟାରେ ସୁଧାର ଆସିବ। ଏହା ସେବା ପ୍ରଦାନରେ ଉନ୍ନତି ଆଣିବାରେ ସହାୟକ ହେବ ବୋଲି ବୁଧବାର ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। ୯ କୋଟି ୫୦ ଲକ୍ଷ ବ୍ୟୟରେ ନିର୍ମାଣ ହେଉଛି ସ୍ମାର୍ଟ ଅଫିସ । ୨୫ ଶହ ବର୍ଗଫୁଟ ଅଞ୍ଚଳରେ ନିର୍ମାଣ ହେଉଛି ଏହି ୩ ମହଲା କୋଠା। ବର୍ଷକ ଭିତରେ ସରିବ ନିର୍ମାଣ କାମ। ତୃତୀୟ ମହଲାରେ କାମ କରିବ ଡିସିପିଙ୍କ କାର୍ଯ୍ୟାଳୟ। ଦ୍ୱିତୀୟ ମହଲାରେ କନଫରେନ୍ସ ହଲ ସାଙ୍ଗକୁ କାମ କରିବ ଓ ସ୍ପେଶାଲ ସ୍କ୍ବାର୍ଡ ରହିବ। ଏଥିସହ କଣ୍ଟ୍ରୋଲ ରୁମ, ଲାଇବ୍ରେରୀ, କ୍ୟାଣ୍ଟିନ ଆଦି କାର୍ଯ୍ୟକ୍ଷମ ହେବ। ରାଜ୍ୟ ପୋଲିସ ହାଉସିଂ କର୍ପୋରେସନ ନେଇଛି ଏହି ନିର୍ମାଣ କାମ।

ପ୍ରସ୍ତାବିତ ଡିସିପି ଭବନର ବିଶେଷତ୍ୱ ମଧ୍ୟରେ ରହିଛି କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର, ଅତ୍ୟାଧୁନିକ ଭିଡିଓ ଓ ମୋବାଇଲ ଆନାଲିଟିକ୍ସ ଲ୍ୟାବ, ଆଧୁନିକ ଫରେନସିକ ଲ୍ୟାବ, ମହିଳା ସମର୍ଥନ ଏବଂ ପରିବାର ପରାମର୍ଶ କେନ୍ଦ୍ର, ଅତ୍ୟାଧୁନିକ ଅପରାଧ ନିୟନ୍ତ୍ରଣ ଶାଖା, ସଙ୍ଗଠିତ ଅପରାଧ ଓ ଜମି ଠକେଇ ନିୟନ୍ତ୍ରଣ ଶାଖା, ଲାଇସେନ୍ସ ଓ ଅନୁମତି ସେଲ୍, ନାଗରିକ ସୁବିଧା କେନ୍ଦ୍ର, ବରିଷ୍ଠ ନାଗରିକ ସେଲ୍ ଓ କନଫରେନ୍ସ ହଲ୍ ଓ ବ୍ରିଫିଂ ହଲ୍।

Comments are closed.