Latest Odisha News

BREAKING NEWS

ଗ୍ୟାଙ୍ଗଷ୍ଟର୍ ଟିଟୋ ପ୍ରସଙ୍ଗରେ ବିଜେପିର ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା

ଭୁବନେଶ୍ୱର /କଟକ : ଦୀର୍ଘ ୧୮ ବର୍ଷ ଭିତରେ ରାଜ୍ୟରେ ଅପରାଧୀକ ସାମ୍ରାଜ୍ୟ ବୃଦ୍ଧି ପାଇଛି ଏବଂ ଗୃହ ବିଭାଗରେ ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ଆଜି ପର୍ଯ୍ୟନ୍ତ ଟିଟୋକୁ ତାଙ୍କ ସରକାର ସୁରକ୍ଷା ଦେଇ ଚାଲିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ପୀତାମ୍ବର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।

ରାଜ୍ୟ ପୋଲିସ ବିଭାଗ ପୂର୍ବରୁ ଡି-ସାମ୍ରାଜ୍ୟକୁ ନେଇ ଖୋଲତାଡ କରିଥିବାବେଳେ ଏବେ ଟି-ସାମ୍ରାଜ୍ୟକୁ ନେଇ ତଦନ୍ତ ଚଲାଇଛି । ଦୁର୍ଦ୍ଦାନ୍ତ ଅପରାଧୀ ଟିଟୋ ଉପକୂଳବର୍ତୀ ୧୦ଟି ଜିଲ୍ଲାରେ ନିଜର ସାମ୍ରାଜ୍ୟ ବିସ୍ତାର କରି ବାଲି, ଗୋଡି, ମୋରମ, ଟେଣ୍ଡର ଫିକ୍ସିଂ, ବାଲିଘାଟ ଚାଲାଣ, ନଦୀ ବନ୍ଧ ମରାମତି ଭଳି ପ୍ରାୟ ୧୧ଟି ବିଭାଗରେ ଟେଣ୍ଡର ଫିକ୍ସିଂ କରୁଥିଲା । ଏହି କାର୍ଯ୍ୟ ପାଇଁ ଶାସକ ଦଳର ନେତା ଓ କିଛି ସରକାରୀ ଅଫିସରମାନେ ଟିଟୋକୁ ପ୍ରତ୍ୟକ୍ଷ ଭାବେ ସାହାଯ୍ୟ କରୁଥିଲେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ।

ଟିଟୋର ଅପରାଧୀକ କେଳେଙ୍କାରୀରେ ଜଳସଂପଦ ବିଭାଗ, ପୋଲିସ ବିଭାଗ ଏବଂ ସରକାରୀ ଅଫିସରମାନଙ୍କ ସଂପୃକ୍ତି ରହିଛି ବୋଲି ଶ୍ରୀ ଅଚାର୍ଯ୍ୟ ସାମ୍ବାଦିକମାନଙ୍କୁ କହିଛନ୍ତି । ଶ୍ରୀ ଆଚାର୍ଯ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରସଙ୍ଗରେ ସମାଲୋଚନା କରି କହିଛନ୍ତି “ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଗୃହବିଭାଗ ରହିଛି ଏବଂ ଦୀର୍ଘ ସମୟ ଧରି ଜଳସଂପଦ ବିଭାଗ ଥାଇ ମଧ୍ୟ ସେ କେମିତି ଏତେ ବଡ ଅପରାଧୀର ସାମ୍ରାଜ୍ୟ ସଂପର୍କରେ ଜାଣିପାରିଲେ ନାହିଁ” ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ ଉଠାଇଛନ୍ତି ।

ଟିଟୋକୁ ପେଟ୍ରୋଲ ପମ୍ପ ଆବଟଂନ ପ୍ରସଙ୍ଗରେ ପୋଟ୍ରୋଲିୟମ ବିଭାଗ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେବା ପରେ ବିଜେଡି ନେତାଙ୍କ ମନରେ ଛନକା ପଶିଛି । ପୂର୍ବରୁ ଚିଟ୍ ଫଣ୍ଡଠୁ ଆରମ୍ଭ କରି ଡାଲି, ଖଣି, ରାସନ କାର୍ଡ ବଂଟନରେ ଅନିୟମିତତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘୋଟାଲା ଆଦିରେ ବିଜେଡିର ସଂପୃକ୍ତି ଥିବାର ପ୍ରମାଣ ମିଳିଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ଭିଜିଲାନ୍ସକୁ ଟିଟୋ ଘଟଣାର ତଦନ୍ତ ଭାର ଦେଇ ତଦନ୍ତକୁ ଦିଗହୀନ କରିବା ଏବଂ ନିଜ ଦୋଷ ଲୁଚାଇବାକୁ ରାଜ୍ୟସରକାର ଅପପ୍ରୟାସ ଚଲାଇଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ଯଦି ବିଜେଡି ଦଳର ସତସାହାସ ଅଛି ସିବିଆଇ ତଦନ୍ତକୁ ସ୍ୱାଗତ କରି ଘଟଣାର ତଦନ୍ତରେ ସାହାଯ୍ୟ କରି ନିର୍ମଳ ଭାବମୂର୍ତିର ପ୍ରମାଣ ଦେଖାଉ । ଅଯଥାରେ ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ଟାର୍ଗେଟ କରି ଘଟଣାକୁ ଦିଗହୀନ ନକରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

Leave A Reply

Your email address will not be published.