ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏବେ ଭାଇରାଲ୍ ଜ୍ୱରର ପ୍ରକୋପ ଦେଖାଦେଇଛି। ପ୍ରତିଦିନ ପ୍ରାୟ ୫୦୦ ଶିଶୁ ଜ୍ୱରର ଲକ୍ଷଣ ନେଇ ସହରର ବିଭିନ୍ନ ଡାକ୍ତରଖାନାକୁ ଆସୁଛନ୍ତି।
ରାଜଧାନୀ ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଏବେ ଭାଇରାଲ୍ ଜ୍ୱରରେ ଆକ୍ରାନ୍ତ ଶିଶୁଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ହଠାତ୍ ଉଚ୍ଚ ଜ୍ୱରର ଲକ୍ଷଣ ଥିବା ଶିଶୁରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପାଖାପାଖି ୩୦୦ ଶିଶୁ ଜ୍ୱରର ଲକ୍ଷଣ ନେଇ ଚିକିତ୍ସା ପାଇଁ ଆସୁଥିବା ଡାକ୍ତର କହିଛନ୍ତି। ଶିଶୁ ବିଭାଗରେ ୭୦ଟି ବେଡ୍ ଥିବା ବେଳେ ପ୍ରତିଦିନ ପ୍ରାୟ ୨୦ ଜଣ ଶିଶୁଙ୍କୁ ଚିକିତ୍ସା ପାଇଁ ବିଭାଗରେ ଭର୍ତ୍ତି କରାଯାଉଛି।
ସାମାନ୍ୟ ଲକ୍ଷଣ ଥିବା ପିଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ଜିଦ୍ ନ କରି ଧୈର୍ଯ୍ୟ ରଖିବାକୁ ଡାକ୍ତରମାନେ ଅଭିଭାବକମାନଙ୍କୁ ପରାମର୍ଶ ଦେଇଛନ୍ତି। ସେମାନେ କହିଛନ୍ତି ଯେ, ଭାଇରାଲ ଜ୍ୱରରୁ ଆରୋଗ୍ୟ ହେବା ପାଇଁ ଚାରିରୁ ସାତ ଦିନ ସମୟ ଲାଗିଥାଏ।
ବାରମ୍ବାର ହାତ ଧୋଇବା, କାଶ କିମ୍ବା ଛିଙ୍କିବା ସମୟରେ ନାକ ଓ ପାଟିକୁ ଢାଙ୍କିବା, ଅସୁସ୍ଥ ବ୍ୟକ୍ତିଙ୍କ ସଂସ୍ପର୍ଶରେ ନ ଆସିବା ଭଳି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
Comments are closed.