Latest Odisha News

ସେପ୍ଟେମ୍ବର ୩୦ରେ ଭୋପାଳରେ ହେବ ଏୟାର ଶୋ, ଆକାଶ ମାର୍ଗରେ ପରାକ୍ରମ ଦେଖାଇବ ବାୟୁସେନା

ଭୋପାଳ: ଆସନ୍ତା ସେପ୍ଟେମ୍ବର ୩୦ରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଆୟୋଜିତ ହେବାକୁ ଯାଉଛି ଏୟାର ଶୋ। ବାୟୁସେନାର ଏୟାର ଶୋ ପାଇଁ ଏୟାର ମାର୍ଶଲ ବିଭାଗ ପାଣ୍ଡେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଭେଟିଛନ୍ତି। ଏୟାର ମାର୍ଶଲ ପାଣ୍ଡେ ଷ୍ଟେଟ ହ୍ୟାଙ୍ଗର ଭୋପାଳରେ ଶିବରାଜ ସିଂଙ୍କୁ ସାକ୍ଷାତ କରି ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ଏୟାର ଶୋରେ ଯୋଗ ଦେବାକୁ ଆମନ୍ତ୍ରଣ କରିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଆୟୋଜିତ ଏହି ଏୟାର ଶୋରେ ଅଂଶଗ୍ରହଣ କରିବେ। ଏଥିପାଇଁ ୨୨ ରୁ ୨୫ ସେପ୍ଟେମ୍ବର ମଧ୍ୟରେ ଭୋପାଳରେ ଯୁଦ୍ଧ ବିମାନ ଅଭ୍ୟାସ କରୁଥିବା ଦେଖିବାକୁ ମିଳିବ। ସେପ୍ଟେମ୍ବର ୩୦ ତାରିଖରେ ଏୟାର ଇଣ୍ଡିଆର ଯୁଦ୍ଧ ବିମାନ ଭୋପାଳରେ ଷ୍ଟଣ୍ଟ ଦେଖାଇବ। ବାୟୁସେନାର ସ୍ଥାପନା ଦିବସ ଅବସରରେ ଆକାଶ ମାର୍ଗରେ ପରାକ୍ରମ ଦେଖାଇବ ବାୟୁସେନା। ଏହି ଶୋ ଭୋପାଳର ବଡେ ତାଲାବରେ ଆୟୋଜନ କରାଯିବ। ବାୟୁସେନାର ଏୟାର ଶୋ ଦେଖିବା ପାଇଁ କୌଣସି ଟିକେଟ୍ ରଖାଯାଇ ନାହିଁ।

ସାଧାରଣ ଲୋକମାନେ ବୋଟ କ୍ଲବ ଏବଂ ଭିଭିଆଇପି ରୋଡରେ ଠିଆ ହୋଇ ଏହି ଶୋ ଦେଖିପାରିବେ। ଏହି ଏୟାର ଶୋ’ରେ ଯୁଦ୍ଧ ବିମାନ ଆଗ୍ରା, ଗ୍ୱାଲିୟର ଏବଂ ଗାଜିଆବାଦର ହିଣ୍ଡନ ଏୟାରବେସରୁ ଭୋପାଳ ଅଭିମୁଖେ ଉଡ଼ିବ। ଏହି ଏୟାର ଶୋ’ରେ ୫୦ଟି ଯୁଦ୍ଧ ବିମାନ ଏକାସାଙ୍ଗରେ ଷ୍ଟଣ୍ଟ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିବ। ଏୟାର ଶୋ’ର ଅନ୍ତିମ ରିହର୍ସାଲ ୨୮ ସେପ୍ଟେମ୍ବର ରହିଛି। ବାୟୁସେନା କର୍ମଚାରୀମାନେ ସ୍କାଏଡାଇଭିଂ ମଧ୍ୟ କରିବେ। ଏହି ଶୋ’ ଦେଖିବା ପାଇଁ ପ୍ରବଳ ଜନ ସମାଗମ ହେବ।

Comments are closed.