ଭୁବେନଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହେଯାଗେର ଅନୁଷ୍ଠିତ ୨୯ତମ ଓଏମସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଶନିବାର ଉଦ୍ଯାପିତ ହୋଇଯାଇଛି । ଭୁବେନଶ୍ୱରର ରବିନ୍ଦ୍ର ମଣ୍ଡପରେ ଚାରିଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମର ଶେଷ ସନ୍ଧ୍ୟାର ମଞ୍ଚ ଓଡ଼ିଶୀ ଓ କଥକ ନୃତରେ ଦୁଲୁକିଥିଲା । ଏଥିସହ ମର୍ଦ୍ଦଳ ବାଦନ ଓ ପୁରସ୍କାର ବିତରଣ ସମାରୋହ ଆୟୋଜିତ ହୋଇଥିଲା ।
ଉଦ୍ଯାପନୀ ସନ୍ଧ୍ୟାରେ ପ୍ରଥମେ ରଙ୍ଗମଞ୍ଚ କ୍ଷେତ୍ରରେ ଉଲ୍ଲେଖନୀୟ ଜୀବନବ୍ୟାପୀ ସାଧନା ପାଇଁ ଶ୍ରୀ ଅନନ୍ତ ମହାପାତ୍ରଙ୍କୁ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ୨୦୨୩ ପ୍ରଦାନ କରାଯାଇଥିଲା । ଏଥିସହିତ ତାଙ୍କୁ୧ ଲକ୍ଷ ଟଙ୍କା ସହ ଉତ୍ତରୀୟ ଓ ସ୍ମୃତିଫଳକ ପ୍ରଦାନ କରାଯାଇଥିଲା । ଏହା ପରେ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ୨୦୨୩ ପ୍ରଦାନ କରାଯାଇଥିଲା । ଶାସ୍ତ୍ରୀୟ ନୃତ୍ୟ ଓ ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ୪୦ ବର୍ଷରୁୁ କମ ବୟସର ୪ ଜଣ ପ୍ରତିଷ୍ଠିତ ପ୍ରତିଭାବାନ କଳାକାରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଓଡ଼ିଶୀ ନୃତ୍ୟ ପାଇଁ ଅରୁପା ଗାୟତ୍ରୀ ପଣ୍ଡା ଓ ସିଦ୍ଧି ୱାଇକର, କଥକ ନୃତ୍ୟ ପାଇଁ ବିଶାଲ କୃଷ୍ଣ ଏବଂ ଓଡ଼ିଶୀ ସଙ୍ଗୀତ ମଦ୍ଦର୍ଳ ବାଦନ ପାଇଁ ଅରୂପ ଦାସଙ୍କୁ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ୨୦୨୩ ପ୍ରଦାନ କରାଯାଇଥିଲା । ଏଥିସହିତ ପ୍ରତ୍ୟେକଙ୍କୁ ୨୫,୦୦୦ ଟଙ୍କା ସହ ଉତ୍ତରୀୟ ଓ ସ୍ମୃତିଫଳକ ପ୍ରଦାନ କରାଯାଇଥିଲା ।
ଅନ୍ତିମ ସନ୍ଧ୍ୟାରେ ପ୍ରଥମେ ଅରୂପ ଦାସଙ୍କ ଦ୍ୱାରା ଓଡ଼ିଶୀ ମଦ୍ଦର୍ଳ ବାଦନ କରାଯାଇଥିଲା । ତାଙ୍କୁ ହାରମୋନିୟମରେ ମୁରଲୀଧର ସ୍ୱାଇଁ ସହଯୋଗ କରିଥିଲେ । ଏହାପରେ ସିଦ୍ଧ ୱାଇକରଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା । ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା କଥକ ନୃତ୍ୟ, ଯାହାକୁ ପରିବେଷଣ କରିଥିôଲ ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ଶ୍ରୀବିଶାଲ କୃଷ୍ଣ । ସେ ପ୍ରଥମେ ପଣ୍ଡିତ ଶୁକେଦବ ମହାରାଜଙ୍କ ଦ୍ୱାରା ଲିଖିତ ଶିବ କବିତା ପରିବେଷଣ କରିଥିଲେ । ତାଙ୍କର ଶେଷ ପ୍ରସ୍ତୁତିଟି ଥିଲା ରାଧା-କୃଷ୍ଣଙ୍କ ରାସଲୀଳା ଉପରେ ଆଧାରିତ ନୃତ୍ୟାଭିନୟ । ଅନ୍ତିମ ସଂଧ୍ୟାର ଶେଷ ପ୍ରସ୍ତୁତିଟି ଥିଲା ଅରୁପା ଗାୟତ୍ରୀ ପଣ୍ଡାଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ । ଦ୍ୱାଦଶ ଶତାବ୍ଦୀର ସନ୍ଥ ତଥା କବି ଶ୍ରୀ ଜୟଦେବଙ୍କ ଗୀତଗୋବିନ୍ଦରୁ ଉଦ୍ଧୃତ ଅଷ୍ଟପଦୀ ପରିବେଷିତ ହୋଇଥିଲା । ଯାହାର ନୃତ୍ୟ ସଂରଚନା ଗୁରୁ ଅରୁଣା ମହାନ୍ତି ଓ ସଙ୍ଗୀତ ସଂଯୋଜନା ଡ଼. ସୁବାସ ପାଣି ଓ ଗୁରୁ ବିଜୟ ବାରିକ କରିଥିଲେ ।
ଉଦ୍ଯାପନୀ ଉତ୍ସବରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ରଞ୍ଜିତା କୁଲକରଣୀ, ସୁପରିଚିତ ରଙ୍ଗମଞ୍ଚ ଶିଳ୍ପୀ ଅନନ୍ତ ମହାପାତ୍ର ଏବଂ ସୃଜନର ନିଦ୍ଦେର୍ଶକ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରଧାନଚାର୍ଯ୍ୟ ଗୁରୁ ରତିକାନ୍ତ ମହାପାତ୍ର ଅତିଥିଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଡଃ. ମୃତ୍ୟୁଞ୍ଜୟ ରଥ ।
Comments are closed.